ସାଧାରଣତଃ ଯୁବ ପିଢୀଙ୍କର ନିଜ ଶରୀରକୁ ହାନୀ ପହଚାଂଇବା ଗୋଟିଏ ଅଭ୍ୟାସରେ ପରିଣତ ହୋଇଗଲାଣି । କିଏ ଝିଅ ପାଇଁ ହାତ କଟୁଛି ତ କିଏ ଝିଅ ନାଁ ହାତରେ ଲେଖୁଛି ଏବଂ ଆହୁରି ଅନେକ ସର୍ତ ମଧ୍ୟ ଯୁବପିଢୀ ମଧ୍ୟରେ ଲାଗୁଛି । କିନ୍ତୁ ସେମାନେ ବୁଝି ପାରୁ ନାହାନ୍ତି ଯେ ତାହା ଦ୍ୱାରା କି ବଡ ବଡ କ୍ଷତି ଆଗକୁ ହେବାକୁ ଯାଉଛି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ତେବେ ସାବଧାନ ଏହା କରିବା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ,ଭବିଷ୍ୟତରେ ଅନେକ ପ୍ରଭାବ ପକାଏ । ଏହା ଏକ କ୍ଷଣକ ସମାଧାନ । ହୁଏତ ଆପଣ ଏହା କରି କିଛି କ୍ଷଣ ପାଇଁ ଖୁସି ଅନୁଭବ କରିପାରନ୍ତି । କିନ୍ତୁ ବାସ୍ତବରେ ଏହା ଦ୍ୱାରା ଆପଣ ଖୁସି ରହିବେ ନାହିଁ ।
ଏହା ଆପଣଙ୍କ ସଂପର୍କ ଉପରେ ପ୍ରଭାବ ପକାଇ ପାରେ । ଆପଣ ଯେତେ ଚେଷ୍ଟା କଲେ ବି ଏହା ଲୁଚି ରହେନା,ସବୁ ଲୋକ ଜାଣିପାରନ୍ତି । ଫଳରେ ସେମାନେ ଆପଣଙ୍କୁ ଜଣେ ମାନସିକ ରୋଗୀ ଭାବରେ ଦେଖନ୍ତି ।
ହୁଏତ ଆପଣଙ୍କର ଅଧିକ କ୍ଷତି ହୋଇପାରେ । ଅଳ୍ପ ଅଳ୍ପ ରେ ଆପଣଙ୍କ ଜୀବନ ବି ଯାଇପାରେ । ଏହା ଗୋଟିଏ ନିଶାରେ ପରିଣତ ହୋଇପାରେ । ଯେତେବେଳେ ଆପଣ ଅସୁବିଧାରେ ପଡିବେ ଆପଣ ତାହା କରିବା କୁ ଭାବିବେ ।
ସମାଧାନ:-
୧. ସମସ୍ୟା କୁ ସାମ୍ନା କରନ୍ତୁ ।
୨. ନିଜ ଇଚ୍ଛା ରେ ଯାହା ଆପଣଙ୍କୁ ଠିକ ଲାଗୁଛି କିନ୍ତୁ କରି ପାରୁ ନାହାନ୍ତି ତେବେ ତାହା କହି ଦିଅନ୍ତୁ ।
Related Posts