ଆପଣ ଆପଣଙ୍କ ଘରକୁ ସୁଗନ୍ଧିତ କରିବା ପାଇଁ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଧୂପକାଠି ବ୍ୟବହାର କରୁଥିଲେ ,ଆପଣ ଆଉ ଥରେ ଭାବିବା ନିହାତି ଆବଶ୍ୟକ। ଧୂପକାଠିର ବ୍ୟବହାର ଆପଣଙ୍କ ପାଇଁ ଖରାପ ହୋଇପାରେ । ଏହାର କାରଣ ଗୁଡିକ ହେଲା ;-
୧. ଧୂପକାଠିର ଧୂଆଁ ଶରୀରର କୋଷ ପାଇଁ ବିଶାକ୍ତ ଅଟେ । ଧୂପକାଠିର ଧୂଆଁରେ ବିଷ ରସାୟନ ଥାଏ ଯାହା କୋଷ ପାଇଁ ବିଷାକ୍ତ ଅଟେ । ଏହା ବିଭିନ୍ନ ପ୍ରକାରର କ୍ୟାନ୍ସର ର କାରଣ ହୋଇଥାଏ ।
୨. ଶ୍ୱସନ ତନ୍ତ୍ରକୁ ଭାରି ମାତ୍ରାରେ ପ୍ରଭାବିତ କରେ ଧୂପକାଠିର ଧୂଆଁ । ଧୂପକାଠି ଜଳିଲେ କିଛି ଲୋକ ଙ୍କ କାଶ କିମ୍ବା ଛିଙ୍କ ଆରମ୍ଭ ହୋଇଥାଏ । ଧୂପକାଠିର ଧୂଆଁ ରେ ଥିବା ରାସାୟନ ଫୁସ୍ ଫୁସ୍ କୁ ବହୁମାତ୍ରାରେ ପ୍ରଭାବିତ କରିଥାଏ ।
୩. ଏହା ଫୁସ୍ ଫୁସ୍ କ୍ୟାନ୍ସର ଭଳି ରୋଗ କରାଏ ।
Related Posts