ବାହାନା କଲେ ସଫଳତା କେବେବି ମିଳେନା, ବାହାନା ବନାମ ସଫଳତା ଜୀବନଚର୍ଯ୍ୟା On Mar 31, 2020 223 Share FacebookWhatsAppEmail ୧. (ବାହାନା) ମୋ ପାଖରେ ଧନ ନାହିଁ । ଉତ୍ତର- ଇନ୍ଫୋସିସ୍ ର ପୂର୍ବତନ ଚେୟାରମ୍ୟାନ ନାରାୟଣ ମୁର୍ତ୍ତିଙ୍କ ପାଖରେ ବି ଧନ ନଥିଲା, ସେ ନିଜ ଧର୍ମପତ୍ନିଙ୍କ ଗହଣା ବିକ୍ରୀ କରିବା ପାଇଁ ବାଧ୍ୟ ହୋଇଥିଲେ । ୨. (ବାହାନା) ମୁଁ ପିଲାଦିନୁ ଘର ପରିବାରର ବୋଝ ଉଠାଇଥିଲି । ଉତ୍ତର- ଲତା ମଙ୍ଗେସକର ବି ପିଲାଦିନରୁ ଘର ପରିବାର ବୋଝ ଉଠାଇଥିଲେ । ୩. (ବାହାନା) ମୁଁ ଅତ୍ୟନ୍ତ ଗରିବ ଅଟେ । ଉତ୍ତର- ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କାଲାମ୍ ବି ଗରିବ ଥିଲେ । ୪. (ବାହାନା) ଛୋଟ ବେଳେ ମୋ ବାପାଙ୍କ ଦେହାନ୍ତ ହୋଇଗଲା । ଉତ୍ତର- ପ୍ରଖ୍ୟାତ ସଂଗିତକାର ଏ.ଆର ରେହେମାନ ପିଲାଦିନେ ନିଜ ବାପାଙ୍କୁ ହରାଇଥିଲେ । ୫. (ବାହାନା) ମୋତେ ଉଚିତ୍ ଶିକ୍ଷାର ଅବସର ମିଳିଲା ନାହିଁ । ଉତ୍ତର- ଉଚିତ୍ ଶିକ୍ଷାର ଅବସର ଫୋର୍ଡ ମୋଟର୍ସର ମାଲିକ ହେନେରୀ ଫୋର୍ଡଙ୍କୁ ବି ମିଳିନଥିଲା । ୬. ( ବାହାନା) ଏବେ ମୋର ବୟସ ଅଧିକ ହୋଇଗଲାଣି । ଉତ୍ତର- ବିଶ୍ବ ପ୍ରଶିଦ୍ଧ କେ.ଏଫ୍.ସି ର ମାଲିକ ଷାଠିଏ ବର୍ଷରେ ପ୍ରଥମ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ । ୭. (ବାହାନା) ମୋର ଉଚ୍ଚତା ବହୁତ୍ କମ ଅଟେ । ଉତ୍ତର- ସଚିନ୍ ତେନ୍ଦୁ୍ଲକର ବି ବହୁତ କମ୍ ଉଚ୍ଚତା ବିଷିଷ୍ଟ । ୮. (ବାହାନା) ମୁଁ ପିଲାଦିନରୁ ସର୍ବଦା ଅସ୍ବସ୍ଥ ରହି ଆସିଛି । ଉତ୍ତର- ଓଷ୍କାର ବିଜେତା ଅଭିନେତ୍ରୀ ମର୍ଲି ମେଟଲିନ୍ ଜନ୍ମରୁ କାଲ ଓ ଅସ୍ବସ୍ଥ ଥିଲେ । ୯. (ବାହାନା) ମୁଁ ବହୁତ ବିଫଳ ହେବା ପରେ ଆଉ ସାହସ କରି ପାରୁନାହିଁ । ଉତ୍ତର- ଆବ୍ରାହମ ଲିଙ୍କନ ୧୫ଥର ନିର୍ବାଚନରେ ହାରିବା ପରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ । ୧୦. (ବାହାନା) ଦୁର୍ଘଟଣାରେ ଅପାହିଜ ହେବା ପର ଠାରୁ ମୋର ସମସ୍ତ ଇଛାଶକ୍ତି ଚାଲିଗଲା । ଉତ୍ତର- ପ୍ରଖ୍ୟାତ୍ ନୃତ୍ୟାଙ୍ଗନା ସୁଧା ଚନ୍ଦ୍ରନଙ୍କ ଗୋଡ ବି ନକଲି ଅଟେ । ୧୧. ( ବାହାନା) ମୁଁ ବହୁତ ଗୁଡିଏ ରୋଗରେ ଆକ୍ରାନ୍ତ । ଉତ୍ତର- ବର୍ଜିନ୍ ଏୟାର ଲାଇନ୍ସ ପ୍ରମୁଖ ବି ଅନେକ ଗୁଡିଏ ରୋଗରେ ଆକ୍ରାନ୍ତ ଥିଲେ । ୧୨. (ବାହାନା) ମୋ ପାଖରେ କେବଳ ସାଇକେଲ ଅଛି । ଉତ୍ତର- ନିର୍ମା ପାଉଡର ର ମାଲିକଙ୍କ ନିଜ ଭାଇ ବି ସାଇକେଲ୍ ରେ ନିର୍ମା ପାଉଡର ବିକ୍ରୀ କରୁଥିଲେ । ୧୩. (ବାହାନା) ମୋତେ ଛୋଟ ବେଳରୁ ସମସ୍ତେ ଖରାପ କହି ଆସୁଛନ୍ତି । ଉତ୍ତର- ପ୍ରଖ୍ୟାତ୍ ବୈଜ୍ଞ୍ୟାନିକ ଥାମସ ଆଲ୍ବା ଏଡିସନଙ୍କୁ ମଧ୍ୟ ଖରାପ ଗୁଣ ଯୋଗୁଁ ବିଦ୍ୟାଳୟରୁ ତଡା ଖାଇଥିଲେ । ୧୪. (ବାହାନା) ମୁଁ ଏକ କମ୍ ଦରମା ବିଶିଷ୍ଟ ଚାକିରୀ କରିଛି, ଏଥିରେ ମୁଁ କଣ କରି ପାରିବି ? ଉତ୍ତର- ଧୀରୁ ଭାଇ ଅମ୍ବାନି ବି ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ବିକ୍ରୀ କରୁଥିଲେ । ୧୫. (ବାହାନା) ମୋ କମ୍ପାନି ଦେବାଳିଆ ହୋଇ ସାରିଛି, ମୋ ଉପରେ କିଏ କାହିଁକି ଭରସା କରିବ ? ଉତ୍ତର- ଦୁନିଆର ସବୁଠାରୁ ବଡ ଶୀତଳ ପେୟ ନିର୍ମାତା ପେପ୍ସି ଓ କୋକାକୋଲା ଦୁଇ ଦୁଇ ଥର ଦେବାଳିଆ ହୋଇ ସାରିଛନ୍ତି । ୧୬. (ବାହାନା) ମୋ ପାଖରେ ବହୁମୂଲ୍ୟ ଉପାୟ ଅଛି, କିନ୍ତୁ କିଏ କାହିଁକି ମୋ ଉପରେ ଭରଷା କରିବ? ଉତ୍ତର- * ଜେରକ୍ସ ଫଟୋ କପି ମେସିନ୍ କୁ ବହୁତ କମ୍ପାନି ଅସ୍ବୀକାର କରିଥିଲେ । କିନ୍ତୁ ପରିଣାମ ଆଜିକା ସମୟରେ ଆପଣମାନେ ଦେଖୁଛନ୍ତି । * ଜୀବନ ଏହା ନୁହେଁ ଯାହା ଆପଣଙ୍କୁ ମିଳିଛି । * ଜୀବନ ତାହାକୁ କୁହନ୍ତି, ଯାହା ଆପଣ କଠୋର ପରିଶ୍ରମ ଓ ଉଦ୍ୟମ ବଳରେ ସ୍ଥାପିତ କରନ୍ତି । * କଠିନ ପରିଶ୍ରମ, ଚେଷ୍ଟା ଓ ସଚ୍ଚୋଟ ମନବୃତ୍ତି ମାଧ୍ୟମରେ ସମସ୍ତ ସଫଳତା ହାସଲ କରିହୁଏ । 223 Share FacebookWhatsAppEmail