ସାବଧାନ : ଏପରି କରୁଥିଲେ ନଷ୍ଟ ହୋଇପାରେ ଆପଣଙ୍କ ମସ୍ତିଷ୍କ

41

୧.    ଧୁମ୍ରପାନ : ଧୁମ୍ର ପାନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ଥିବା କୋଷ ଗୁଡ଼ିକ ଧୀରେ ଧୀରେ ଛୋଟ ହୋଈଯାଆନ୍ତି । ଯାହା ଫଳରେ ଆପଣଙ୍କ Alzheimer ଭଳି ରୋଗ ହୋଇପାରେ , ଏହି ରୋଗ ହେଲେ ଆପଣଙ୍କର ସ୍ମରଣ ଶକ୍ତି କମିଯାଏ ଓ କଥା କଥାକେ ଆପଣ ଭୁଲି ଯାଆନ୍ତି ।            

୨.    ଅନିଦ୍ରତା : ନିଦ ଆମ ମସ୍ତିସ୍କ କୁ ଆରାମ ଦେଈଥାଏ  ଏବଂ ଏହି ସମୟରେ ଆମର ମସ୍ତିସ୍କ ଆମ ଶରୀର କୋଷ ଗୁଡିକ କୁ ସଜାଡି ଥାଏ ଏବଂ କୋଷ ଗୁଡିକ କୁ ବଢିବାରେ ସାହାଯ୍ୟ କରିଥାଏ  । କିନ୍ତୁ ଯଦି ଆପଣ ରାତି ରାତି ଅନିଦ୍ରା ହୁଅନ୍ତି କିମ୍ବା ବାରମ୍ବର ଅନିଦ୍ରା ହୁଅନ୍ତି ତେବେ ଆପଣଙ୍କ ମସ୍ତିସ୍କରେ ଥିବା କୋଷ ଗୁଡିକ ମରିବା ଆରମ୍ଭ କରିଥାଏ ।

୩.    ଚିନ୍ତା : ଆମ ମସ୍ତିସ୍କକୁ ଶିକ୍ଷା ଦେବା ପାଇଁ ନିତ୍ୟ ଚିନ୍ତନ ଓ ଭାବନା ହେଉଛି ଗୋଟିଏ ଭଲ ରାସ୍ତା କିନ୍ତୁ ଯଦି ଆପଣ ଦରକାର ଠାରୁ କମ୍ କିମ୍ବା ଦରକାର ଠାରୁ ଅଧିକ ଭାବନ୍ତି ତେବେ ମସ୍ତିସ୍କର ଆକାରରେ ପରିବର୍ତନ ଆସିପାରେ  ।

୪.    ଜଳଖିଆ ନ ଖାଇବା : ଯିଏ ସକାଳେ ଏବଂ ସନ୍ଧ୍ୟାରେ ଜଳଖିଆ ନଖାଇ ଖାଲି ପେଟରେ ରହେ ତାର ରକ୍ତରେ ସୁଗାର ଲେବଲ୍ କମ ଥାଏ । ଏଥି ପାଇଁ ଆମ ମସ୍ତିଷ୍କକୁ ଦରକାରୀ ପୋଷଣ ମିଳେ ନାହିଁ । ଯାହା ଫଳରେ ମସ୍ତିଷ୍କ ରୋଗଗ୍ରସ୍ତ ଏବଂ ଦୁର୍ବଳ ହୋଇଥାଏ ।

୫.    ଅତ୍ୟଧିକ ଭୋଜନ : ଅତ୍ୟଧିକ ଭୋଜନ କଲେ ଆମ ମସ୍ତିଷ୍କରେ କିଛି ସ୍ତର ଶକ୍ତ ହୋଇଯାଏ । ଯାହା ଫଳରେ ଆମ ମାନସିକ ଶକ୍ତି କମିଯାଏ ।

୬.    ବାୟୁ ପ୍ରଦୂଷଣ : ସବୁଠାରୁ ଆମ ମସ୍ତିଷ୍କ ଅଧିକ ଅମ୍ଳଜାନ ଗ୍ରହଣ କରିଥାଏ । କିନ୍ତୁ ଯଦି ସେ ଉଚିତ୍ ପରିମାଣରେ ଅମ୍ଳଜାନ ନ ପାଏ ତେବେ ତାର କ୍ଷମତା କମିଯିବ ।

୭.    ଅଳ୍ପ କଥାାବାର୍ତା : ଆମେ ମାନେ ଯଦି ପ୍ରତିଦିନ ବିଶେଷ ଭାବରେ କଥାାବାର୍ତା ନ କରିବା ଖୁବ ଅଳ୍ପ କହିବା ତେବେ ମଧ୍ୟ ଆମ ମସ୍ତିଷ୍କର ଶକ୍ତି କମି ଯାଇଥାଏ ।

୮.    ଅଧିକ ମିଠା ଜାତୀୟ ଖାଦ୍ୟ : ଅତ୍ୟଧିକ ମିଠା ସେବନ କରିବା ଦ୍ୱାରା ମସ୍ତିଷ୍କ ରୋଗଗ୍ରସ୍ତ ହୋଇପାରେ ।

Leave A Reply

Your email address will not be published.