କିପରି କରିବେ ପୁଅ / ଝିଅ ମାନଙ୍କୁ Impress?

94

ଅନ୍ୟ ସାଙ୍ଗମାନଙ୍କ ପରି କଣ ଆପଣଙ୍କର ପ୍ରେମିକା ନାହିଁ? କଣ ଆପଣ ବି ପ୍ରେମ କରିବା ପାଇଁ ଚାହୁଁଛନ୍ତି କିନ୍ତୁ କରିପାରୁ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ସେହି ସହଜ ଉପାୟ ବତେଇବୁ ? ତା ପୂର୍ବରୁ ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ ।

୧. କଣ ସତରେ ସେ ଝିଅ କୁ ଆପଣ ପ୍ରେମ କରିବାକୁ ଚାହୁଁଛନ୍ତି? କାରଣ ଅଳ୍ପ ସୁଖ ପାଇଁ କାହାର ହୃଦୟ ସହ ଖେଳିବା ଭଲ ନୁହେଁ ।

୨. ଆପଣ ସେ ଝିଅ କୁ କଣ ପାଇଁ ଚହାଁନ୍ତି? ଏପରି କଣ ଅଛି ସେ ଝିଅ ପାଖରେ ଯାହାକୁ ଦେଖି ଆପଣ ତାକୁ ଭଲ ପାଇଲେ ଯାହା ଦ୍ୱାରା ଆପଣ ଅନ୍ୟ କୌଣସି ଝିଅ କୁ ଜୀବନ ସାଥୀ କରିବାକୁ ପସନ୍ଦ କରିବେ ନାହିଁ ।

୩. କଣ ଆପଣଙ୍କ ଘରେ ଭବିଷ୍ୟତରେ କିଛି ଅସୁବିଧା ଆସିବ କି? ଯଦି ହଁ ତେବେ ଆଜିଠୁ ତାର ଉପାୟ ଭାବିକି ରଖନ୍ତୁ ।

୪. କଣ ଆପଣ ଭଲ ପାଇ ସେ ଝିଅକୁ ଖୁସିରେ ରଖି ପାରିବେ ବା କଣ ଏହା ଆପଣଙ୍କ ପାଇଁ ଉଚିତ ସମୟ ଭଲ ପାଇବାର? କାରଣ ଅନେକ କ୍ଷେତ୍ରରେ ସମୟ ଅଭାବରୁ ଭଲପାଇବାରେ ଫାଟ ସୃଷ୍ଟି ହୁଏ । ଆପଣ କଣ ସାରା ଜୀବନ ପାଇଁ ଖୁସିରେ ରହି ପାରିବେ?

୫. କଣ ସେ ଝିଅ ଠାରୁ ଆଉ କେହି ଭଲ ଏବଂ ରୂପବତୀ,ଗୁଣବତୀ ଝିଅ ଆସିଲେ ଆପଣ କଣ ପ୍ରଥମ ଝିଅକୁ ଭୁଲିଯିବେ ।

         ଏହି ସବୁ ପ୍ରଶ୍ନ ର ଉତର ପରେ ଏହି ଉପାୟ ଅବଲମ୍ବନ କରନ୍ତୁ ଦେଖିବେ ୧୫ ଦିନ ଭିତରେ ସେ ଝିଅ ଆପଣଙ୍କ ପାଖରେ ଥିବ ।

୬. ଝିଅ ର ହୃଦୟରେ ଯାହା ଥାଉନା କାହିଁକି ଦିନେ ନା ଦିନେ କାହାକୁ ଭଲ ପାଇବ। କିନ୍ତୁ କାହିଁକି ଓ କିପରି ଭଲ ପାଇବ । ଗୋଟିଏ ଝିଅ କୁ ଆପଣ ଯଦି ବିଶ୍ୱାସୀ ଲାଗିଲେ ସେ ହୁଏତ ଆପଣଙ୍କ ସହିତ କଥା ହୋଇ ପାରିବ । ତେଣୁ କେବେ ବି ଏ ପରି କାମ କରନ୍ତୁ ନାହିଁ ଯାହା ଦ୍ୱାରା ସେ କଷ୍ଟ ପାଇବେ ।

୭. ପୋଷାକ,ବ୍ୟବହାର,କଥାବାର୍ତା,ସମୟ ,କାଳ ପାତ୍ର ଦେଖି ଠିକ ଭାବରେ ରଖିବା ଉଚିତ୍ । ପ୍ରଥମେ କେହି ବି ଝିଅ ଆପଣଙ୍କୁ ଦେଖିଥାଏ ଏବଂ ଯଦି ତାକୁ କେହି ଭଲ ଲାଗିଲା ସେ ତାକୁ ଦେଖି ଖୁସି ହୁଏ ଏବଂ ତାକୁ ସେ ଦୂରରୁ ବି ଚିହ୍ନି ପାରେ  । ଯଦି ତାକୁ ଭଲ ନ ଲାଗେ ସେ ପାଖରେ ଥିଲେ ବି ଆପଣଙ୍କୁ ଜାଣି ପାରେ ନାହିଁ । ତେଣୁ କେବେ ବି ଏପରି ଭୁଲ କରନ୍ତୁ ନାହିଁ ।

୮. ଶାଳୀନତା ; କଥାବାର୍ତା ଏବଂ ଯୁକ୍ତି କଲା ବେଳେ ନିଜର ଓଜନ ବରାବର ବଜାଇ ରଖନ୍ତୁ ଯେପରି ନ ଲାଗିବା ଦରକାର ଯେ ଆପଣ ନିଜର ଓଜନ ହରାଇ ଦେଉଛନ୍ତି । ୧୦ ଥର ଭାବି ଚିନ୍ତି କଥାବାର୍ତା କରନ୍ତୁ ।

୯. ଆବଶ୍ୟକ ପ୍ରଶଂସା କରନ୍ତୁ । ଝିଅ ମାନେ ସାଧାରଣତଃ ନିଜ ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି । ତେଣୁ ଆପଣ କୌଣସି ବି ସୁଯୋଗ ହାତ ଛଡା କରନ୍ତୁନି ।

୧୦.  ତାଙ୍କୁ ସମ୍ମାନ ଏବଂ ଅନ୍ୟମାନଙ୍କ ଠାରୁ ଭିନ୍ନ ପରି ବ୍ୟବହାର କରନ୍ତୁ । ତାଙ୍କୁ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ କେବେ ବି ଅଣଦେଖା କରନ୍ତୁ ନାହିଁ । ଝିଅ ମାନେ ସେହି ମାନଙ୍କୁ ବିଶ୍ୱାସ କରିଥାନ୍ତି ଯେଉଁମାନେ ତାଙ୍କ ପରି ରୁଚି ରଖିଥାନ୍ତି । ଆପଣ ତାଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । କେବେ ବି ସେ ଯାହା ଚାହାଁନ୍ତି ନାହିଁ ଆପଣ କରିବାକୁ ପ୍ରୟାସ କରନ୍ତୁ ନାହିଁ ।

୧୧.  ଯଦି ସେ ଏବେ ଆପଣଙ୍କ ସହ ଡିନର,ଲଙ୍ଗଡ୍ରାଇଭ ରେ ଯିବାକୁ ଚାହୁଁଛନ୍ତି ତେବେ ଆପଣ ପୂର୍ବ ୫ ଟି ପ୍ରକ୍ରିୟା କୁ ସଫଳତାର ସହ ଅତିକ୍ରମ କରି ସାରିଛନ୍ତି । ଯଦି ନୁହେଁ  ତେବେ ମୂଳରୁ ପୁଣି ଥରେ ପ୍ରୟାସ କରନ୍ତୁ ।

୧୨.  ଏବେ ତାଙ୍କୁ ନିଜର ସ୍ପେସାଲିଟି ଦେଖାଇବାର ସମୟ ଆସିଛି । ଆପଣ ଯେବେ କୌଣସି ସ୍ଥାନରେ ସମ୍ମାନିତ ହେବାକୁ ଯାଉଛନ୍ତି କିମ୍ବା Function କୁ ଯାଉଛନ୍ତି ତାଙ୍କୁ ସାଙ୍ଗରେ ନେଇ ଯାଆନ୍ତୁ । ଏବେ ତାଙ୍କୁ ଆଗ ଅପକ୍ଷୋ ଅଧିକ ସମୟ ଦିଅନ୍ତୁ । ମଝିରେ ମଝିରେ ଅଳ୍ପ ଗ୍ୟାପ ଦିଅନ୍ତୁ ଦେଖିବେ ସେ ଆପଣଙ୍କୁ ବହୁତ ମିସ କରିବେ ।

୧୩.  ଝିଅ ମାନେ ସାଧାରଣତଃ ଲାଜ କରନ୍ତି । ଯଦି ସେ ଆପଣଙ୍କ ପ୍ରତି ପ୍ରେମ ଥିବା କହିଲେ ତା ଠିକ ଅଛି । ଯଦି ସେ ନ କହିଲେ ଆପଣ ବିଳମ୍ବ ନ କରି କହିଦିଅନ୍ତୁ ।     

Leave A Reply

Your email address will not be published.