କିପରି କରିବେ ଆପଣଙ୍କ ପ୍ରଥମ ବ୍ୟବସାୟ?

120

ଆଜି ଆପଣ ଶୁଣି ବହୁତ ଖୁସି ହେବେ ଯେ ଧିରେ ଧିରେ ଷ୍ଟାର୍ଟ ଅପ୍ ଓ କ୍ଷୁଦ୍ର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି , କିନ୍ତୁ ସବୁଠାରୁ ବଡ ମହତ୍ୱପୂର୍ଣ୍ଣ କଥା ହେଲା ଅନେକ ଯୁବ ପିଢି ମଧ୍ୟ ଇଚ୍ଛା ପ୍ରକାଶ କରି ତାଙ୍କର ବ୍ୟବସାୟ ଆରମ୍ଭ କଲେଣି , ଯାହା ଦ୍ୱାରା ଆମ ଦେଶ ର ବିକାଶ ଘଟିବ । ଆଜି ଆମେ ମାନେ ଆପଣଙ୍କୁ କିଛି ସୂତ୍ର ବତେଇ ବାକୁ ଯାଉଛୁ ,ଯେଉଁ ଥିରେ କି ଆପଣ ନା କେବଳ ଧନ କମେଇବେ ତା ସହିତ ଗୋଟିଏ ସମାଜ ର ପ୍ରତିଷ୍ଠିତ ବ୍ୟକ୍ତିର ଛବି ମଧ୍ୟ ବନିବେ ।

୧. କୌଣସି ବି ବେପାର ଛୋଟ ନୁହେଁ କିମ୍ବା ଖରାପ ନୁହେଁ । କାରଣ ଜଣେ  ଲୁଣ ବ୍ୟବସାୟ କରି ଟାଟା ବନି ପାରିଛି ଏବଂ ଜଣେ ଚପଲ ବ୍ୟବସାୟ କରି ବାଟା ବନିଛି । କହିବାର ତାତ୍ପର୍ଯ୍ୟ ହେଲା ମନରେ କେବେ ବି ଆପଣଙ୍କ ବ୍ୟବସାୟ କୁ ଛୋଟ ଭାବନ୍ତୁ ନାହିଁ । ଯଦି ଆପଣ ନିଜେ ଭଲ ନ ଭାବିବେ ତା ହେଲେ ଲୋକ ମାନେ କିପରି ଭାବିବେ । ଯଦି ସତରେ ଆପଣଙ୍କୁ ତାହା ପ୍ରେରଣା ଦେଉ ନାହିଁ ବା ଆପଣ ସେ କାମ କରି ଖୁସି ନୁହନ୍ତି ତେବେ ତାକୁ ତତକ୍ଷଣାତ୍  ଛାଡି ଦିଅନ୍ତୁ ।

୨. କାହିଁକି ଆପଣ ବ୍ୟବସାୟ କରୁଛନ୍ତି ତାହା ଆପଣ ନିଜେ ଜାଣିବା ନିହାତି ଜରୁରୀ  । ଯଦି ଆପଣ କିଛି ଜାଣି ନ ଥିବେ ଯେ ଆପଣଙ୍କର ସେ କାମ କରି କିଛି ଫାଇଦା ନାହିଁ ତେବେ ଆପଣଙ୍କର ବ୍ୟବସାୟ ଆଗକୁ ବଢିପାରିବ ନାହିଁ । ପ୍ରଥମେ Market Research କରନ୍ତୁ ଯେ ଲୋକଙ୍କର କଣ ଦରକାର ।

୩. ବ୍ୟବସାୟ କରିବାର ୨ ୟ ପ୍ରଶ୍ନ ହେଲା ଆପଣ କଣ କରିପାରିବେ । ଆପଣ କଣ କଲେ ଲୋକ ସନ୍ତୁଷ୍ଟ ହେବେ ତାହା ନିହାତି ଜାଣିବା ଦରକାର । ସତରେ କଣ ଆପଣଙ୍କର ବ୍ୟବସାୟରେ ଲୋକମାନଙ୍କର ଅସୁବିଧାର ସମାଧାନ ଅଛି । ଯଦି ହଁ ତା ହେଲେ ଆଗକୁ ବଢନ୍ତୁ  । ଯଦି ନା ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣଙ୍କ ବ୍ୟବସାୟରେ କଣ କଣ ସୁବିଧା ରହିବା ଦରକାର ଯାହା କି ଲୋକ ମାନଙ୍କର ଅସୁବିଧାକୁ ଦୂର କରିପାରିବ ।

୪. ବ୍ୟବସାୟ କରିବାର ୩ୟ ସୋପାନ ଟି ହେଲା ଆପଣ କିପରି ସୁଚାରୁ ରୂପେ ବ୍ୟବସାୟ କରିବେ  । ସେଥିପାଇଁ  ଆପଣଙ୍କ ସହକର୍ମୀ ବା ବିଶ୍ୱସ୍ତ ଜ୍ଞାନୀ ଲୋକଙ୍କ ସହାୟତା ନିଅନ୍ତୁ କିମ୍ବା Internet ରେ ଅନୁସନ୍ଧାନ କରନ୍ତୁ । ଆଜିକାଲି ବହୁତ କଂପାନି ସେମାନଙ୍କର କାର୍ଯ୍ୟଶୈଳୀ କୁ ସର୍ବସାଧାରଣ ରେ ପ୍ରକାଶ କରୁଛନ୍ତି । ଆପଣ ତାହା ପଢନ୍ତୁ ।

୫. ବ୍ୟବସାୟ ପାଇଁ ଅର୍ଥ ଆବଶ୍ୟକ  । ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଜମାରୁ ବି ଚିନ୍ତିତ ହୁଅନ୍ତୁ ନାହିଁ । ଆଜିକାଲି ର ଯୁଗରେ ଅନେକ ଲୋକ ଆର୍ଥିକ ସହାୟତା ଦେବା ପାଇଁ ବସିଛନ୍ତି । ବାସ୍ ଆପଣଙ୍କୁ ନିଜର ଦକ୍ଷତା ବଳରେ ଆଣିବାକୁ ହେବ । ଯଦି ଅପଣଙ୍କ ପାଖରେ Business ଅଛି ତେବେ ଆପଣ ଆଖପାଖରେ ହେଉଥିବା ବ୍ୟାବସାୟିକ ସମାଗମ କୁ ଯାଇ ସହାୟତା ଲୋଡି ପାରିବେ । ଅର୍ଥକୁ କିପରି ସୁବିନିଯୋଗ କରିବେ ତାହା ମଧ୍ୟ ଜାଣିବା ନିହାତି ଦରକାର ।

୬. କିଛି କରିବା ପୁର୍ବରୁ ଆପଣ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଥରେ ନିଷ୍ପତ୍ତି ନେଇ ସାରିଲା ପରେ ପଛକୁ ଚାହାଁନ୍ତୁ ନାହିଁ  । ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ହେବ । ଧୈର୍ଯ୍ୟର ସହ ଆଗକୁ ବଢିବାକୁ ହେବ ।

Leave A Reply

Your email address will not be published.