ଶୀତ ଦିନେ କେଶର ଯତ୍ନ କିପରି ନେବେ?

45

ବିଶେଷକରି ଶୀତଦିନେ କେଶ ଓ ତ୍ଵଚାର ଯତ୍ନ ନେବା ଆବଶ୍ୟକ | କାରଣ ଏହି ସମୟରେ ଜଳବାୟ ଅଧିକ ଶୁଷ୍କ ଥାଏ | ଯାହା ଫଳରେ କେଶ ଓ ଶରୀର ମଧ୍ୟ ଶୁଷ୍କ ହୋଇଯାଏ | ଅନେକ ସମୟରେ କେଶରେ ରୁପୀ ମଧ୍ୟ ଦେଖାଯାଏ | ଏହି ଶୁଷ୍କତା ଏବଂ ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ କେତେକ ଘରୋଇ ଉପଚାର ଆପଣ ମନେରଖନ୍ତୁ |

ନିମ୍ବପତ୍ରକୁ ପାଣିରେ ଫୁଟାଇ ରଖନ୍ତୁ | ଭଲଭାବରେ ମୁଣ୍ଡକୁ ସାମ୍ପୁ କରିସାରିବା ପରେ ସେହି ନିମ୍ବ ପାଣିରେ ମୁଣ୍ଡ ଧୋଇଲେ ରୁପି ସମସ୍ୟା ଦେଖାଯାଏ ନାହିଁ |

ଅଳ୍ପ ଉଷୁମ ପାଣିରେ ମହୁ ମିଶାଇ ଦିଅନ୍ତୁ | ସେହି ମିଶ୍ରଣକୁ ବ୍ରସ୍ ସାହାଯ୍ୟରେ କେଶମୁଳ ଏବଂ ମୁଣ୍ଡରେ ଭଲ ଭାବରେ ଲଗାଇ ୨୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇଦିଅନ୍ତୁ | ଏହା ଏକ କଣ୍ଡିସନର୍ ଭଳି କାର୍ଯ୍ୟ କରିଥାଏ |

ଘରୋଇ ଉପାୟରେ ମଧ୍ୟ କେଶର ଯତ୍ନ ନେଇପାରିବେ | ଏଥିପାଇଁ ଆପଣ ଗୋଟିଏ ଅଧପାଚିଲା କଦଳୀ, ଏକ ଚାମଚ ଲବଙ୍ଗ ଓ ଏକ ଚାମଚ ଅଲିଭ୍ ତେଲ ସହିତ ଅଧା କପ୍ ଦହିକୁ ଭଲ ଭାବରେ ଗ୍ରାଇଣ୍ଡର୍ ରେ ମିଶ୍ରିତ କରିଦିଅନ୍ତୁ | ଯେପରିକି ଲବଙ୍ଗ ଭଲ ଭାବରେ ଗୁଣ୍ଡ ହୋଇ ସେଥିରେ ମିଶିଯିବ | ଏହି ମିଶ୍ରଣକୁ ଅଧଘଣ୍ଟା ମୁଣ୍ଡରେ ଲଗାଇ ରଖିବା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ |

ରୁପୀ ସମସ୍ୟା ଦୁର କରିବା ପାଇଁ ଅଲିଭ୍ ତେଲ ଓ ଲବଙ୍ଗ ତେଲକୁ ଅଳ୍ପ ଉଷୁମ କରି ଏହାକୁ ମୁଣ୍ଡରେ ମାଲିସ୍ କରନ୍ତୁ | ଏହା ହେବା ସହିତ କେଶ ନରମ ରହିବା |

ଅଧିକ ପରିମାଣରେ ସମ୍ପୁ ଦେଇ କେଶକୁ ଧୁଅନ୍ତୁ ନାହିଁ | ଥରେ ହିଁ ସମ୍ପୁ ଦେଇ ଧୁଅନ୍ତୁ | ଯଦି ଧୋଇ ସରିବା ପରେ ତେଲିଆ ଲାଗେ ତେବେ ମଧ୍ୟ ଆଉ ଥରେ ଧୁଅନ୍ତୁ ନାହିଁ | କାରଣ ଏହା ଶୁଷ୍କତାରୁ କେଶକୁ ରକ୍ଷା କରିଥାଏ |

କେଶକୁ ଧୋଇ ସରିବା ପରେ କଣ୍ଡିସନର୍ ଲଗାଇ ଧୁଅନ୍ତୁ | ଯଦି କେଶ ତେଲିଆ ହୋଇଥାଏ, ତେବେ କଣ୍ଡିସନର୍ ବଦଳରେ କେଶରେ ସିରମ୍ ଲଗାନ୍ତୁ |

କେଶରେ ତେଲ ଲଗାନ୍ତୁ ନିଶ୍ଚୟ, କିନ୍ତୁ ଶୀତ ହେଉଛି ଭାବି ଆବଶ୍ୟକତା ଠାରୁ ଅଧିକ ତେଲ ଲଗାନ୍ତୁ ନାହିଁ | କାରଣ ଅଧିକ ତେଲ ଲଗାଇ ବାହାରକୁ ଗଲେ କେଶରେ ଧୁଳିମଳି ଜମାଟ ବାନ୍ଧି ଅଧିକ ରୁପି ହୋଇଥାଏ ଓ ମୁଣ୍ଡ କୁଣ୍ଡେଇ ହେବା ସହ କେଶ ଝାଡିଥାଏ |

Leave A Reply

Your email address will not be published.