କିପରି ହୋଇଥିଲା ଭଗବାନ ଶନି ଦେବଙ୍କର ଜନ୍ମ ?

129

ପୁରାଣ ଏବଂ ଶାସ୍ତ୍ର ଅନୁସାରେ କଶ୍ୟପ ମୁନି ଙ୍କ କଠୋର ତପସ୍ୟା ଯୋଗୁଁ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଶନି ଙ୍କ ଜନ୍ମ ହୋଇଥିଲା | ଶନି ଙ୍କ ମାତା ଭଗବାନ ଶଙ୍କର ଙ୍କ କଠୋର ତପସ୍ୟା କଲେ | ଅତିଶୟ ଗରମ ଏବଂ ଖରା ଯୋଗୁଁ ମାତାଙ୍କ ଗର୍ଭ ସ୍ଥିତ ଶନି ଙ୍କ ରଙ୍ଗ କଳା ହୋଇଗଲା | କିନ୍ତୁ ଏହି ତପସ୍ୟା ଶନି ଙ୍କୁ ଅପାର ଶକ୍ତିର ଅଧିକାରୀ କରିଦେଲା|

ଥରେ ସୂର୍ଯ୍ୟଦେବତାଙ୍କ ପତ୍ନୀ ଛାୟା ଙ୍କୁ ଦେଖା କରିବାକୁ ଆସିଥିଲେ | ସେତେବେଳେ ତାଙ୍କର ତେଜ ପ୍ରତାପ ଯୋଗୁଁ ଶନି ତାଙ୍କ ଆଖି ବନ୍ଦ କରିଦେଲେ | ସୂର୍ଯ୍ୟ ଦେବ ତାଙ୍କ ଦିବ୍ୟ ଦୃଷ୍ଟିରେ ଶନି ଙ୍କୁ ଦେଖିଲେ ଏବଂ ଭାବିଲେ କି ତାଙ୍କ ପୁତ୍ର କଳା ଅଟେ ଯାହା ଅସମ୍ଭବ | ସୂର୍ଯ୍ୟ ଦେବ ତାଙ୍କ ସନ୍ଦେହ ଦେବୀ ଛାୟାଙ୍କୁ ମଧ୍ୟ କହିଲେ | ଏହି କାରଣରୁ ଶନି ଙ୍କ ମନରେ ତାଙ୍କ ପିତାଙ୍କ ପ୍ରତି ବିରକ୍ତି  ଭାବ ଆସିଲା | ସୂର୍ଯ୍ୟ ଦେବ ତାଙ୍କୁ କେବେ ପୁତ୍ର ଭଳି ଦେଖୁନଥିଲେ ଏବଂ ଶନି ଦେବ ମଧ୍ୟ ତାଙ୍କ ପିତାଙ୍କ ପ୍ରତି ଶତ୍ରୁତା ଆଚରଣ କଲେ | ଏଥି ପାଇଁ ସେ ଶିବ ଙ୍କୁ କଠିନ ତପସ୍ୟା ଦ୍ଵାରା ପ୍ରସନ୍ନ କଲେ |

        ଯେତେବେଳେ ଭଗବାନ ଶିବ ତାଙ୍କୁ ବର ମାଗିବାକୁ କହିଲେ , ଶନି କହିଲେ ଯେ ମୋର ପିତା ସୂର୍ଯ୍ୟଦେବ ମାତା ଙ୍କର ଅନାଦର କରୁଛନ୍ତି | ମୋ ମା ସବୁବେଳେ ଅପମାନିତ ଏବଂ ପରାଜିତ ହେଉଛନ୍ତି | ତେଣୁ ଆପଣ ମତେ ସୂର୍ଯ୍ୟଙ୍କ ଠାରୁ ଅଧିକ ଶକ୍ତିଶାଳୀ  ଓ ପୂଜ଼୍ୟ କରି ଦିଅନ୍ତୁ | ତେଣୁ ଭଗବାନ ଶିବ କହିଲେ କି ତୁମେ ନବ ଗ୍ରହ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବାସହ ସର୍ବୋଚ୍ଚ ନାୟାଧୀଶ ଓ ଦଣ୍ଡାଧିକାରୀ ହେବା | ଦେବତା,ମାନବ,ଅସୁର,ସିଦ୍ଧ,ବିଦ୍ୟାଧର,ଗନ୍ଧର୍ବ ସମସ୍ତେ ତୁମ ନାମ ଶୁଣିଲେ ଭୟଭୀତ ହେବେ |

Leave A Reply

Your email address will not be published.