-
ଆଇ-ଲାଇନର୍ ପ୍ରୟୋଗ କରନ୍ତୁ |
ଆଖିକୁ ଆକର୍ଷଣୀୟ ଲୁକ୍ ଦେବାକୁ ଆଇ-ଲାଇନର୍ ବ୍ୟବହାର କରନ୍ତୁ | ଆଖିର ସରୁ ଧାରରେ ହିଁ ଲାଇନର୍ ଲଗାନ୍ତୁ | ଏହା ଲଗାଇଲା ବେଳେ ଅତି ସରୁ କରି ଲଗାନ୍ତୁ | କାରଣ ମୋଟା କରି ଲଗାଇଲେ ଏହା ମୁଖକୁ ଅସୁନ୍ଦର କରିଦେଇପାରେ | ପୁନଶ୍ଚ ଏହା ଭଲଭାବେ ଶୁଖିଗଲା ପରେ ହିଁ ଆଖି ଖୋଲନ୍ତୁ, ନଚେତ୍ ଏହା ବୋଳି ହୋଇଯାଇଥାଏ | ଲାଇନର୍ ଲଗାଇ ଚଷମା ପରିଧାନ କଲେ ସ୍ମାର୍ଟ୍ ଲାଗିବେ | -
ଭ୍ରୁଲତାକୁ ବ୍ୟବସ୍ଥିତ ରଖନ୍ତୁ |
ଭ୍ରୁଲତାକୁ ସଫା ଏବଂ ଉଚିତ୍ ଆକାରରେ ରଖିଲେ ଚଷମା ପିନ୍ଧିଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ବାହାରକୁ ଦେଖାଯାଇଥାଏ | ଭ୍ରୁଲତା ମଝିରେ ଫାଙ୍କ ଥିଲେ କିଛି ମାତ୍ରାରେ ଆଇବ୍ରୋ ପାଉଡର୍ ଏବଂ ସୁନ୍ଦର ଆକାର ଦେବା ପାଇଁ ଆଇବ୍ରୋ ପେନସିଲ୍ ବ୍ୟବହାର କରନ୍ତୁ |
-
କନସିଲର୍ ପ୍ରୟୋଗ କରନ୍ତୁ |
ସବୁବେଳେ ଚଷମା ପରିଧାନ କଲେ ଆଖିତଳ କଳା ପଡିଯିବା ସହ ଭାଙ୍ଗ ମଧ୍ୟ ଦେଖାଯାଇଥାଏ | ଏଥିରୁ ମୁକ୍ତି ପାଇବାକୁ ହେଲେ ମେକଅପ ସ୍ପଞ୍ଜରେ କିଛି କନସିଲର୍ ଲଗାଇ ଉକ୍ତ ସ୍ଥାନରେ ଲଗାନ୍ତୁ | କିଛି ଦିନ ପରେ ଫରକ ଅନୁଭବ କରିପାରିବେ |
Related Posts
-
ନୂତନ ଢଙ୍ଗର କେଶ ସଜାନ୍ତୁ |
ଚଷମା ପିନ୍ଧିବା ବେଳେ କେଶକୁ ନୂତନ ରୂପ ଦେବାକୁ ହେଲେ ଅଧା କେଶ ଉପରକୁ ଓ ଅଧା କେଶକୁ ତଳକୁ ରଖନ୍ତୁ | ଚେହେରା ଅନୁସାରେ କେଶକୁ ଖୋଲା ରଖନ୍ତୁ | ନଚେତ ସବୁ କେଶକୁ ଉପରକୁ ନେଇ ବାନ୍ଧି ଦିଅନ୍ତୁ | ଚଷମା ସହିତ ଏପରି କେଶ ସଜ୍ଜା ଚେହେରାର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି କରାଇଥାଏ |
-
ଗାଢ ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ |
କେବଳ ଚଷମା ପରିଧାନରେ ଧ୍ୟାନ ରଖନ୍ତୁ ନାହିଁ | ଚଷମା ଫ୍ରେମଟି ଯଦି ଗାଢ ମାଟିଆ ରଙ୍ଗ କିମ୍ବା କଳା ରଙ୍ଗର ହୋଇଥାଏ, ତା’ହେଲେ ଗାଢ ନାଲି କିମ୍ବା ଗାଢ ଗୋଲାପି ରଙ୍ଗର ଲିପଷ୍ଟିକ ଓଠରେ ଲଗାନ୍ତୁ | ଏହା ଛଡା ଯଦି ଅନ୍ୟ କୌଣସି ରଙ୍ଗର ଫ୍ରେମ ବ୍ୟବହାର କରୁଛନ୍ତି, ତେବେ ଗୋଲାପି ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ |
-
ଉତ୍ତମ ଆଇ-ସାଡୋ ବ୍ୟବହାର କରନ୍ତୁ |
ଯଦି ଚଷମା ଏବଂ ଆଖିକୁ ଆକର୍ଷଣୀୟ କରିବାକୁ ଚାହୁଁଥାନ୍ତି , ତେବେ ଆଇ-ସାଡୋରେ ଏମିତି କିଛି ରଙ୍ଗ ବାଛନ୍ତୁ, ଯାହା ଚଷମା ଫ୍ରେମ୍ ରଙ୍ଗର ବିପରୀତ ରଙ୍ଗ ହୋଇଥିବା ଆବଶ୍ୟକ | ସ୍ଵଭାବିକ ଦେଖାଯିବା ପାଇଁ ହେଲେ ହାଲକା ରଙ୍ଗ ହିଁ ବାଛନ୍ତୁ |