କଣ ସତରେ ଏହା ସତ୍ୟ ନା ଅନ୍ଧବିଶ୍ବାସ, ଏହା ପଛରେ କି କାରଣ ରହିଛି?

34

୦୧. ବିଲେଇ ଆଗରେ ଚାଲିଗଲେ।
ଆମ୍ଭେ ସଭିଏ ଜାଣୁ ଯେ ଯଦି ଆମ ଯାତ୍ରା ସମୟରେ ରେ ଗୋଟିଏ ବିଲେଇ ଆଗରେ ଚାଲିଯାଏ ତାହାଲେ ଯାତ୍ରା ଅଶୁଭ ବୋଲି ଧରାଯାଏ କିନ୍ତୁ ଏହା ପଛରେ ପ୍ରକୃତ କାରଣ କଣ ଆଜି ଆମେ ଆପଣଙ୍କୁ କହିବୁ | ପୂର୍ବ ସମୟରେ ଯେତେ ବେଳେ ରାସ୍ତାଘାଟ ଏତେ ଭଲ ନଥିଲା ପ୍ରାୟତଃ ଜଙ୍ଗଲୀ ରାସ୍ତା। ସାଧାରଣତଃ ଯାତାୟତ ପାଇ ଲୋକମାନେ ଘୋଡା କିମ୍ବା ବଳଦ ଗାଡି ବ୍ୟବହାର କରୁଥିଲେ। ବିଲେଇ ଭଳି ପ୍ରାଣୀମାନଙ୍କ ଆଖି ରାତିରେ ଜଳେ , ହେଟାବାଘ ଏବଂ ଅନ୍ୟ ପଶୁମାନଙ୍କୁ ଦେଖି ବଳଦ ଆଉ ଘୋଡା ମାନେ ଭୟଭିତ ହୋଇଯାନ୍ତି। ତେଣୁ ଚାଳକ କିଛି ସମୟ ରହି ଫୁଣୀ ଆଗକୁ ଅଗ୍ରସର ହୁଅନ୍ତି।ଆଉ କେତେଲୋକ ମାନନ୍ତି ଯେ ବିଲେଇକୁ ଖାଇବା ପାଇଁ ହେଟାବାଘ ବା ଅନ୍ୟ ପଶୁ ତପଛରେ ଧୋଉଡିଥାନ୍ତି ତେଣୁ ଲୋକମାନେ ରହିଜାନ୍ତି।

୦୨. ମଙ୍ଗଳବାରେ ବାଳ କାଟନ୍ତି ନାହିଁ ।
ପୂର୍ବ ସମୟରେ ଅଧିକାଂଶ ଲୋକ ଚାଷୀଥିଲେ ଗୋଟିଏ ସପ୍ତାହରେ କଠିନ ପରିଶ୍ରମ ପରେ ସାଧାରଣତଃ ଅଧିକାଂଶ ଲୋକ ସୋମବାର ଦୀନ ଘର ସଫା ସଫି କରନ୍ତି ତାପରେ ବାଳ ଓ ଦାଢୀ କାଟନ୍ତି। ବାରିକ ସୋମବାରେ ବୋହୁତ ଲୋକଙ୍କ ର ବାଳ କାଟିଥାଏ ତେଣୁ ମଙ୍ଗଳ ବାର ଅନେକ ଲୋକ ଆସିନଥାନ୍ତି। ବାଧ୍ୟହୋଇ ବାରିକ ସେଲୁନ୍ ବନ୍ଦ ରଖେ ବା ଖାଲି ବସେ ଦୋକାନରେ | କିନ୍ତୁ ଲୋକମାନେ ଏହାପଛରେ ଅନେକ ଅନ୍ଧବିଶ୍ବାସ ଯୋଡିଥାନ୍ତି।

୦୩. ଘରେ ଛତା ବାହର କରିବା ଅଶୁଭ
ସାଧାରଣତଃ ଘରେ ଆମେମାନେ ଛତା ବାହର କଲେ ବଡଲୋକ ମନେ ବିରକ୍ତ ହୁଅନ୍ତି, ଆଉ ଏହାକୁ ଅଶୁଭ ବୋଲି ମାନନ୍ତି। କିନ୍ତୁ ଏହାପଛରେ ରହିଛି ଗୋଟିଆ ସମନ୍ୟା କାରଣ।
କାରଣଟି ହେଲା ପୁର୍ବକାଳରେ ଛତା ଗୁଡିକ ହାର୍ଡ଼ ମେଟାଲ୍ ସ୍ପୋକ୍ ଏବଂ ସ୍ପିଙ୍ଗ୍ ଟ୍ରିପ୍ ରେ ନିର୍ମିତ ହୋଇଥାଏ। ଏହା ଖୋଲିବା ଦ୍ବାରା ଘରେ ଥିବା ଜିନିଷପତ୍ର ନଷ୍ଟ ହୋଇଯିବାର ବୋହୁତ୍ ସମ୍ଭାବନା ଥାଏ। ଏବଂ ଆଖପାଖ ଲୋକମାନଙ୍କୁ କ୍ଷତି ପହଂଚାଇଥାଏ। ତେଣୁ ଲୋକମାନ ଏହାକୁ ଅଶୁଭ ବୋଲିମାନନ୍ତି।

୪. ଦୋକାନ ଆଗରେ ଲେମ୍ବୁ ଏବଂ ୭ଟି କଂଚାଲଂକା କାହିଁକି ଟଙ୍ଗାଯାଏ?
ଲୋକମାନ ମାନନ୍ତି ଯେ ଯେତେବେଳେ ଅଲକ୍ଷ୍ମୀ ଦୋକାନ ବା ବ୍ୟବସାୟ ସ୍ଥାନରେ ପ୍ରବେଶ କରନ୍ତି ତେବେ ଅଶୁଭ ହୋଇଥାଏ। ଦ୍ରରିଦ୍ରପଣ ଅସିଥାଏ। ଯଦି ଦୋକାନ ଆଗରେ ଲେମ୍ବୁ ଏବଂ ୭ଟି କଂଚାଲଂକା କାହିଁକି ଟଙ୍ଗାଯାଏ ତେବେ ଅଲକ୍ଷ୍ମୀ ଏହାକୁ ଖାଇଲେ ଆଉ ଦୋକାନ ଭିତରକୁ ପ୍ରବେଶ କରିବେନି। କିନ୍ତୁ ବିଜ୍ଞାନ ମତରେ ଲେମ୍ବୁ ଏବଂ କଂଚାଲଂକା ସୁତାରେ ଟଙ୍ଗିବା ଦ୍ବାରା, ସେଥିରୁ ନିର୍ଗତ ବାସନାରେ ପୋକ, ମାଛି ଏବଂ ଅନେକ କିଟ, ପତଙ୍ଗ ଅସିନଥାନ୍ତି ଘର ସୁଗନ୍ଧରେ ଭାରିଯାଇଥାଏ।

୦୫. ଗ୍ରହଣ ସମୟରେ ଗର୍ଭବତୀ ମହିଳାମନେ ବାହାରକୁ ଯିବା ଅନୁଚିତ୍।
ଆମ ଭାରତରେ ଗର୍ଭବତୀ ମହିଳା ମାନଙ୍କ ଗ୍ରହଣ ସମୟରେ ବାହାରକୁ ଯିବାକୁ ମନା କରାଯାଏ। ଆଉ ଏହା ପଛରେ ଅନେକ ଅନ୍ଧବିଶ୍ବାସ ମଧ୍ୟ ଅଛି। କେହି କେହି କୁହନ୍ତି ସେହି ସମୟରେ ଜନ୍ମ ହୋଇଥିବା ଶିଶୁ ନକାରତ୍ମକ ସାବ୍ୟସ୍ତ ହୋଇପାରେ , ଆଉ କେହି କେହି କୁହନ୍ତି ବଂସ ମଧ୍ୟ ବୁଡିପାରେ।  କିନ୍ତୁ ଏହାର ପ୍ରକୃତ କାରଣ U.V Rays ଯାହାକି ଉଭୟ ମା ଏବଂ ଶିଶୁ ପାଇଁ ବିପଦ ପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। 

୦୬ . ଋତୁଶ୍ରାବ ସମୟରେ ନାରୀ ମାନଙ୍କୁ ଅପବିତ୍ର ଏବଂ ଅଶୁନ୍ଧ ଧାରା ଯାଇଥାଏ।
ଆମ ସମାଜରେ ଯେଉଁ ନାରୀର ଋତୁଶ୍ରାବ ହୋଇଥାଏ ସେହିନାରୀ ନା ଠାକୁର ପୂଜା କରିପାରେ ନା କୌଣସି ଧାର୍ମିକ,ଆଧ୍ୟାତ୍ମିକସ୍ଥାନ ଆଦି କୁ ଯାଇପାରେ ନାହିଁ । ରୋଷେଇ କରିବାକୁ ବାରଣ କରାଯାଏ।ଏହାର ପ୍ରକୃତ କାରଣ ହେଲା ନାରୀ ମାନଙ୍କ ସାଧାରଣତଃ ଋତୁଶ୍ରାବ ସମୟରେ ଦେହରୁ ଅନେକ ରକ୍ତ ନିର୍ଗତ ହୋଇଥାଏ। ତେଣୁ ସେ ଅସୁସ୍ଥ ଏବଂ ଦୁର୍ବଳତା ଅନୁଭବ କରିଥା। ସେହିସମୟରେ ତାକୁ ଚିଡଚିଡା ଲାଗିଥାଏ। ତେଣୁ ସଭିଏ ବାରଣ କରନ୍ତି। କିନ୍ତୁ ଏହାକୁ ନେଇ କେତକ ଅନ୍ଧବିଶ୍ବାସ ଗଢି ଉଠିଆସୁଅଛି।

୦୭. ମୃତ ବ୍ୟକ୍ତିର ଆଖି ଖୋଲା କରି ରଖିବା ଅନୁଚିତ୍।
ଆମ ଭାରତରେ ଅନେକ ଅନ୍ଧବିଶ୍ବାସ ରହିଛି। ତାହା ମଧ୍ୟରୁ ଏହା ଅନ୍ୟତମ। ସାଧାରଣତଃ ଲୋକମାନେ ଏହା ବିଶ୍ବାସ କରନ୍ତି ଯେ ଯଦି ମୃତ ଲୋକର ଆଖିକୁ ଖୋଲା କରି ରଖାଯାଏ ତେବେ ତା ଆଖି ପାଖରେ ଦୃଷ୍ଟ ଆତ୍ମା ମୃତବ୍ୟକ୍ତି କୁ ସାଥୀରେ ନେଇ ଯାଆନ୍ତି | କିନ୍ତୁ ଏହାପଛରେ ଗୋଟିଆ ସାମାନ୍ୟ କାରଣ ଅଛି, ମୃତବ୍ୟକ୍ତି ର ଆଖିକୁ ବନ୍ଦ କରିଦିଆଯାଏ ଏଥିପାଇଁଯେ ସେ ଶାନ୍ତିରେ ଶୋଇବା ଭଳି ଯିବେ ଆଉ କିଛିନୁହେଁ।

୦୮. ଚେମିଣିଆ ଘରେ ରହିବା ଅଶୁଭ।
ଆମ ଭାରତରେ ଲୋକମାନେ ବିଶ୍ବାସ କରନ୍ତି ଯେ ଘରେ ଚେମିଣିଆ ରହିଲେ ରକ୍ତ ପିଅନ୍ତି ଏବଂ ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ସେହି ପରିବାର ର ସମସ୍ତଙ୍କ ର ରକ୍ତ ପିଇଯାଏ। କିନ୍ତୁ ଏହାର ପ୍ରକୃତ କାରଣ ହେଲା ସାଧାରଣତଃ ଚେମିଣିଆ ମାନେ ବୋହୁତ ମାରତ୍ମକ ରୋଗବେମାରୀ କୁ ଧରି ଆସିଥାନ୍ତି। ଯେପରିକି Rabies,Nipah,Ebola,Hendra,Marburg ଆଦି ଭାଇରସ। ଏହି ସବୁ ରୋଗ ଗୁଡିକର ଚିକିତ୍ସା ଏବଂ ଅସମ୍ଭବ।

୦୯. ଝିଟିପିଟି ଦେହରେ ପଡିବା।
ଝିଟିପିଟି ସାଧାରଣତଃ ଦେହରେ ପଡିଲେ ଆମେ ଅଶୁଭ ବୋଲି ଭାବିଥାଉ। କିନ୍ତୁ ଏହା ପ୍ରକୃତ କାରଣ ହେଲା ତା ଦେହବିଷାକ୍ତପୂର୍ଣ୍ଣ ହୋଇଥାଏ ତେଣୁ ତାହା ବିପଦପୂର୍ଣ୍ଣ ହୋଇଥାଏ।ଝିଟିପିଟି ବାସନକୁସନ କିମ୍ବା କୌଣସି ବସ୍ତ୍ରରେ ପଡିଲେ ତାକୁ ସଫା କରିଦବା ଭଲ। ଖାଦ୍ୟପେୟରେ ଝିଟିପିଟି ପଡିଲେ ତାକୁ ଫୋପାଡିଦେବା ଭଲ। ଆମ ଏହି ଦେଶରେ ଅନେକ ଅନ୍ଧବିଶ୍ବାସ ରହିଅଛି। ତାହା ମଧ୍ୟରୁ ଗୋଟିଏ ରୋଚକ କଥା ହେଲେ ମୁଣ୍ଡବାଳ। ସାଧାରଣତଃ କୁହାଯାଏ ମୁଣ୍ଡବାଳ ଘରେ ପଡିଲେ ଯେତେବେଳେ ପବନ ବହେ ସେତେବେଳେ ମୁଣ୍ଡବାଳ ଉଡି ଖାଦ୍ୟ ଦ୍ରବ୍ୟରେ ପଡିଥାଏ।

୧୦. ବାମ ଆଖି କିମ୍ବା ଡାହାଣ ଆଖି ଡେଇଁବା ବା ଫରିକିଵ।
ସାଧାରଣତଃ ବିଭିନ୍ନ ଧର୍ମରେ ବିଭିନ୍ନ କଥା ଥାଏ।ଯେପରି ଆଖି ଫରିକିବା କୁ ଅଶୁଭ ବୋଲି ଧରାଯାଏ। କିନ୍ତୁ ଏହା ପ୍ରକୃତରେ science ଥାଏ ଆଖିର ବିଭିନ୍ନ ମାଶଂ ପେଶୀ ଯୋଗୁ ଏପରି ହୋଇଥାଏ |

୧୧. ସୂର୍ଯ୍ୟସ୍ଥ ପରେ ଘର ଓଳାଇବା ନିଷେଧ।
ସାଧାରଣତଃ ଆମ ମନରେ ଗୋଟିଏ ଅନ୍ଧବିଶ୍ବାସ ରହିଜାଇଛିଯେ ସୂର୍ଯ୍ୟସ୍ଥ ପରେ ଘର ଓଳାଇବା ଘରୁ ଲକ୍ଷ୍ମୀ ପଳେଇ ଯାଆନ୍ତି। କିନ୍ତୁ ପ୍ରକୃତ ସତ୍ୟ ଟି ହେଲା ଆଗକାଳରେ ଆଲୋକ ଏତେ ନଥିଲା ତେଣୁ ହୁଏତ ଘରର କୌଣସି ମୂଲ୍ୟବାନ୍ ସାମଗ୍ରୀ ହୁଏତ ତଳେ ପଡି ଯାଇଥାଏ। ଆଉ ଘର ଓଳାଇବା ସମୟରେ ସେସବୁ ବାହାରକୁ ଚାଲିଯାଏ।

Leave A Reply

Your email address will not be published.