ଶନି ଗ୍ରହ ବିଷୟରେ କିଛି ଅଜଣା ରହସ୍ୟ

37

  • ବେବିଲୋନୀୟମାନେ ପ୍ରଥମେ ଶନି ଗ୍ରହ ସମ୍ପର୍କରେ ଜାଣିବାକୁ ପାଇଥିଲେ |

  • ଶନି ହେଉଛି ସୌର ଜଗତର ୫ ମ ଉଜ୍ଜ୍ବଳତମ ଗ୍ରହ |

  • ରୋମବାସୀଙ୍କ ଭଗବାନ ସଟ୍ରୁନସଙ୍କ ନାମାନୁଯାୟୀ ଶନି ଗ୍ରହର ଇଂରାଜୀ ନାମ “ ସଟ୍ରୁନ ” ରଖାଯାଇଛି |

  • ଶନିର ପୃଷ୍ଠ ସମତଳ |

  • ସୂର୍ଯ୍ୟକୁ ପରିକ୍ରମା କରିବାକୁ ପୃଥିବୀକୁ ୩୬୫ ଦିନ ସମୟ ଲାଗେ | ସେହିପରି ଶନି ସୂର୍ଯ୍ୟକୁ ପରିକ୍ରମା କରିବାକୁ ପୃଥିବୀ ବର୍ଷର ୨୯.୪ ଗୁଣ ସମୟ ନେଇଥାଏ | ଏହାର ଗତି ପୃଥିବୀର ଗତି ଠାରୁ କମ୍ |

  • ପୃଥିବୀର ଦିନ ୧୨ ଘଣ୍ଟା ଥିବା ବେଳେ ଶନିର ଦିନ ୧୦ ଘଣ୍ଟା ଓ ୩୪ ମିନିଟ୍ | ଦିନ କମ୍ ହେବାରେ ଏହା ସୌରଜଗତର ଦ୍ବିତୀୟ ଗ୍ରହ |

  • ଏପର୍ଯ୍ୟନ୍ତ ଶନି ଗ୍ରହକୁ ପାଓନିର୍-୨,ଭଏଜର୍-୧ ଓ ୨ ଏବଂ କାସିନି ହ୍ୟୁଜେନ୍ସ ନାମକ ୪ ଟି ମହାକାଶ ଯାନ ଶନି ପୃଷ୍ଠକୁ ପଠାଯାଇଛି |

  • ଶନିର ବଳୟ ବରଫ ଓ ଧୂଳିକଣାରେ ନିର୍ମିତ |

  • ବୃହସ୍ପତିର ୬୭ ଟି ଉପଗ୍ରହ,ଶନିର ୬୨,ୟୁରାନସ୍ ୨୭,ନେପଚୁନର ୧୪,ମଙ୍ଗଳର ୨ ଟି ଓ ପୃଥିବୀର ଗୋଟିଏ ଉପଗ୍ରହ ରହିଛି |

  • ଯଦି ଆମେ ଶନି ଗ୍ରହକୁ ଜଳରେ ପକାଇବା,ତା ହେଲେ ସେ ଭାସିବ |

  • ଶନିର ବୃହତ୍ତମ ଉପଗ୍ରହ ଟାଇଟନର ମାଧ୍ୟାକର୍ଷଣ ଶକ୍ତି ଏତେ ଧୀର ଯେ ମନୁଷ୍ୟ ଦୁଇ ହାତ ସାହାଯ୍ୟରେ ଏଠାରେ ଉଡି ପାରିବ |

  • ଶନିର ବଳୟ ୩୦ ରୁ  ୩୦୦ ଫୁଟ ( ୯ ରୁ ୯୦ ମିଟର ) ପର୍ଯ୍ୟନ୍ତ ମୋଟା |

  • ବିନା ଟେଲିସ୍କୋପରେ ଖାଲି ଆଖିରେ ଆମେ ୫ ଟି ଗ୍ରହଙ୍କୁ ଦେଖିପାରିବା | ସେଗୁଡିକ ହେଲା-ବୁଧ,ଶୁକ୍ର,ମଙ୍ଗଳ,ବୃହସ୍ପତି ଓ ଶନି |

  • ଡାଇନୋସର ଜନ୍ମର ବହୁ ବର୍ଷ ପରେ ଶନିର ବଳୟ ସୃଷ୍ଟି ହୋଇଥିଲା | ଏହି ବଳୟ ପ୍ରାୟ ୧୦୦ ନିୟୁତ ବର୍ଷର ପୁରୁଣା |

  • ୫ ରୁ ୬ ବିଲିୟନ୍ ( ୧ ବିଲିୟନ = ୧୦୦ କୋଟି ) ବର୍ଷ ପୂର୍ବେ ସୂର୍ଯ୍ୟର ରଙ୍ଗ ଗାଢ଼ ଥିଲା | ଶନିର ଉପଗ୍ରହ ଟାଇଟନର ବାୟୁ ମଣ୍ଡଳ ପୃଥିବୀ ପରି ଉଷ୍ଣ ଥିଲା | ବହୁ ବର୍ଷ ପୂର୍ବେ ଏଠାରେ ଜୀବନ ଥିବା ବୈଜ୍ଞାନିକମାନେ ମତ ଦିଅନ୍ତି |

  • ଶୁକ୍ର,ଶନି,ନେପଚୁନ୍ ଓ ୟୁରାନ୍ସର ମାଧ୍ୟାକର୍ଷଣ ଶକ୍ତି ପ୍ରାୟତଃ ସମାନ |

  • ପୃଥିବୀ ପୃଷ୍ଠରେ ଆପଣଙ୍କ ଓଜନ ଯଦି ୬୮ କିଲୋ,ଶନି ପୃଷ୍ଠରେ ଆପଣଙ୍କ ଓଜନ ୭୨ କିଲୋ ହୋଇଯିବ |

Leave A Reply

Your email address will not be published.