ବିଶ୍ବର ଶେଷ୍ଠ ବିଶ୍ବବିଦ୍ୟାଳୟ

95

ଅକ୍ସଫୋଡ଼

           ବିଶ୍ବର ସର୍ବପୁରାତନ ବିଶ୍ବ ବିଦ୍ୟାଳୟ ଗୁଡିକ ମଧ୍ୟରେ ଅକ୍ସଫୋଡ଼ ଅନ୍ୟତମ | ଏଠାେର ନାମ ଲେଖାଇବା ଯେକୗଣସି ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ | ବିଶ୍ବର ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀ ଏହି ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି |ଏଠାକାର ଛାତ୍ରଛାତ୍ରୀ ଗବେଷଣା କରି ବିଶ୍ବକୁ ନୂତନ ତଥ୍ୟ ଦେବାରେ ସଫଳ ହୋଇ ପାରିଛନ୍ତି |

ଷ୍ଟାନଫୋର୍ଡ଼

କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଦ୍ଵାରା୧୮୮୫ ରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା | ଏଠାରେ ବିଭିନ୍ନ ଶ୍ରେଣୀର ଶିକ୍ଷା ଦିଆଯାଇଥାଏ ସ୍ନାତିକ,ସ୍ନାତକୋତ୍ତର, ଏମ୍ ଫିଲ ଓ      ପିଏଚ୍ ଡି | ଏହି ବିଶ୍ବବିଦ୍ୟାଳୟରେ ସାଧାରଣତଃ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଇଥାଏ | ଏଠାରେ ୩ଟି ଗୁରୁତ୍ଵପୂର୍ଣ୍ଣ ବିଷୟରେ ଏଠାକାର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଇଥାଏ | ସେ ଗୁଡିକ ହେଲା ବିଜନେସ, ଆର୍ଥ ସାଇନ୍ସ, ଏଡୁକେସନ, ଇଞ୍ଜିନିୟରିଂ, ହ୍ୟୁମାନଟାରିଜ୍ ସାଇନ୍ସ, ଲ’ ଓ ମେଡିସିନ |

ହାଭାର୍ଡ

୧୬୩୬ ମସିହାରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଥିଲା | ବିଶ୍ବର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ଗୁଡିଏ ମଧ୍ୟରେ ଏହା ଅନ୍ୟତମ | ଏଠାରେ ପ୍ରାୟ ୨୦ ହଜାର ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି | ଏହା ବ୍ୟତିତ ଅନ୍ୟାନ୍ୟ ବିଭାଗକୁ ମିଶାଇଲେ ପ୍ରାୟ ୪୫ ହଜାର ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଧ୍ୟୟନ କରିଥାନ୍ତି | ଏ ପର୍ଯ୍ୟନ୍ତ ବିଶ୍ବରେ ପ୍ରାୟ ୩୬୦,୦୦୦ ପୁରାତନ ଛାତ୍ର ଏହି ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରି ବିଭିନ୍ନ ସ୍ଥାନାରେ ଅଛନ୍ତି |

କେମ୍ବ୍ରିଜ୍

ଏହି ବିଶ୍ବବିଦ୍ୟାଳୟ ବ୍ରିଟେନରେ ଅବସ୍ଥିତ | ଦକ୍ଷ ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ବିଶ୍ବରେ ଏହି ବିଶ୍ବବିଦ୍ୟାଳୟର ବେଶ୍ ସୁନାମ ରହିଛି | ଏଠାରେ ଉଭୟ ଶିକ୍ଷା ଓ ଗବେଷଣା କାର୍ଯ୍ୟ ହୋଇଥାଏ | ଏହା ଅଧିନରେ ୩୧ ଟି ମହାବିଦ୍ୟାଳୟ ରହିଛି | ପ୍ରାୟ ଶହେରୁ ଊର୍ଦ୍ଧ୍ଵ ବିଭାଗ ରହିଛି | ଏଠାରେ ୧୨ ହଜାର ସ୍ନାତକ ଓ ୬ ହଜାର ସ୍ନାତକୋତ୍ତର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି | ସାର୍ ଆଇଜାକ ନିୟୁଟନ ଓ ଷ୍ଟିଫେନ ହକ୍ଵିନ୍ସଙ୍କ ପରି ବିଶ୍ବ ବିଖ୍ୟାତ ବୈଞ୍ଗନିକ ଏଠାରେ ଅଧ୍ୟୟନ କରିଥିଲେ |

ବାର୍କଲୀ

ଏହି ବିଶ୍ବବିଦ୍ୟାଳୟ ଆମେରିକାର କଲିଫର୍ଣ୍ଣିଆ ପ୍ରଦେଶରେ ଅବସ୍ଥିତ | ଦେଶର ବିଶ୍ବବିଦ୍ୟାଳୟ  ଗୁଡିକ ମଧ୍ୟରେ ଏହାର ସ୍ଥାନ ୫ମ | ଏଠାରେ କଳା, ବିଞ୍ଗାନ ଓ ବାଣିଜ୍ୟ ଶିକ୍ଷା ଦିଆଯାଇଥାଏ | ପ୍ରାୟ ୫ ହଜାର ସ୍ନାତକ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିବାବେଳେ ଅନ୍ୟାନ୍ୟ ବିଭାଗରେ ୩୨ ହଜାର ଏହି ପରି ମୋଟ ୩୭ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି |

 

Leave A Reply

Your email address will not be published.