ହଳଦୀର ଔଷଧୀୟ ଗୁଣ

95

ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ | ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ | ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି |

ତ୍ଵଚା ପାଇଁ ହଳଦୀର ଉପକାରୀତା :-

  1. ହଳଦୀ ତ୍ଵଚା ପାଇଁ ବହୁତ ଉପକାରୀ ଏବଂ ଅଧିକାଂଶ Beauty Product ରେ ବ୍ୟବହାର ହୁଏ |

  2. ହଳଦୀ ଚର୍ମ ପ୍ରଦାହ ଓ କଳା ଦାଗ ପାଇଁ ବହୁତ ଦରକାରୀ |

  3. ଯେତେବେଳେ ଅନ୍ୟ ଚେରମୂଳି ସହ ଏହାକୁ ବ୍ୟବହାର କରାଯାଏ, ଏହାର ଔଷଧୀୟ ଗୁଣ ବ୍ରଣ କମ୍ କରିବାରେ ସହଜା କରେ |

  4. ହଳଦୀ ଶୁଷ୍କ ଚର୍ମକୁ ବାହାର କରି ଏହାର ନିବାରଣ କରେ | ଫଳରେ ଆପଣ ଯୁବକ ଦେଖାଯାନ୍ତି |

  5. ହଳଦୀ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୁଏ ଓ ତ୍ଵଚାକୁ ପୋଷଣ ମିଳେ |

ହଳଦୀର ବ୍ୟବହାର :-

ବିଭିନ୍ନ ଚେରମୁଳି ଉପାଦାନ ସହ ବ୍ୟବହାର କରାଯାଇ ବିନା କୌଣସି ପାର୍ଶ୍ଵ ପ୍ରତିକ୍ରିୟାରେ ଏକ ସୁନ୍ଦର ଓ କୋମଳ ତ୍ଵଚା ପାଇ ପାରିବେ |

ହଳଦୀ ବ୍ୟବହାରରେ ଘରୋଇ ଉପଚାର :-

(୧) ବାହାର ସୂର୍ଯ୍ୟ କିରଣରୁ ଆସିବା ପରେ;-

  • ସମାନ ପରିମାଣର ହଳଦୀ ଗୁଣ୍ଡ ଓ ଚାଉଳ ଗୁଣ୍ଡ ନେଇ ସେଥିରେ ଟମାଟୋ ଓ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ ଏବଂ ମୁହଁରେ ଓ ବେକରେ ଲଗାନ୍ତୁ |

  • ଏହାକୁ ଅଧଘଣ୍ଟା ଛାଡି ଦିଅନ୍ତୁ |

  • ଏହା ପରେ ନଖ ଉଷୁମ ପାଣିରେ ମୁହଁ ଓ ବେକ ଧୋଇ ଦିଅନ୍ତୁ |

  • ଖରାଦିନ ପାଇଁ ଏହା ଅତ୍ୟନ୍ତ ଉପକାରୀ | ଅଧିକ ଭଲ ଫଳ ପାଇବା ପାଇଁ ସପ୍ତାହକୁ ୨ ଥର ଲଗାଇଲେ ଭଲ |

 (୨) Night Face Pack ପାଇଁ ହଳଦୀ :-

  • ହଳଦୀ ଗୁଣ୍ଡ ସହ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ |

  • ଏହାକୁ ମୁହଁ ଓ ବେକରେ ଲଗାଇ ରାତି ସାରା ଛାଡି ଦିଅନ୍ତୁ |

  • ସକାଳୁ ମୁହଁ ଧୋଇ ଦିଅନ୍ତୁ |

  • ଏକ ସୁନ୍ଦର , ଗୋରା ଏବଂ କୋମଳ ତ୍ଵଚା ପାଇଁ ସପ୍ତାହରେ ୨ ଥର କରନ୍ତୁ |

(୩) ବ୍ରଣ ପାଇଁ ହଳଦୀ :-

  • ହଳଦୀ ଗୁଣ୍ଡ,ଚନ୍ଦନ କାଠ ଗୁଣ୍ଡ , କିଛି ପରିମାଣରେ ଲେମ୍ବୁ ରସ ଓ ପାଣି ନେଇ ପେଷ୍ଟ୍ ତିଆରି କରନ୍ତୁ |

  • ଏହାକୁ ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ ଓ ଧୋଇ ଦିଅନ୍ତୁ |

  • ଭଲ ପରିଣାମ ପାଇଁ ନିୟମିତ ବ୍ୟବହାର କରନ୍ତୁ |

 (୪) ଗାଧୋଇବା ପୂର୍ବରୁ :-

  • ହଳଦୀ ଗୁଣ୍ଡ , ବେସନ ଓ ପାଣି ମିଶାଇ ମିଶ୍ରଣ ତିଆରି କରନ୍ତୁ |

  • ଗାଧୋଇବା ପୂର୍ବରୁ ଏହାକୁ ଶରୀର ସାରା ଲଗାନ୍ତୁ |

  • ନିୟମିତ ବ୍ୟବହାର ଦ୍ଵାରା ଏକ ସୁସ୍ଥ,କୋମଳ,ନମ୍ର ତ୍ଵଚା ପାଇ ପାରିବେ |

Leave A Reply

Your email address will not be published.