ତୁଳସୀର ଔଷଧୀୟ ଗୁଣ

44
  • ପୁରାଣରେ ତୁଳସୀ ବିଷୟରେ ଅନେକ କଥା ବର୍ଣନା କରାଯାଇଛି | ହି ଗୁଳ୍ମକୁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ବ୍ୟବହାର କରାଯାଏ | ଗର୍ଭାବସ୍ଥା ସମୟରେ ମହିଳାମାନେ ଏହାର କୌଣସି ଅଂଶ ସେବନ କରିବା ଅନୁଚିତ୍ | ପ୍ରାକୃତିକ ଭାବରେ ଏହି ଗଛରେ ବହୁତ ପରିମାଣରେ ଔଷଧୀୟ ତତ୍ତ୍ଵ ରହିଛି | ଯଦି କୌଣସି କାରଣରୁ ବାୟୁ ପ୍ରଦୂଷିତ ହୋଇଯାଇଥାଏ, ଏହି ବୃକ୍ଷ ବାୟୁକୁ ଶୁଦ୍ଧିକରଣ କରେ |

  • ଏହି ବୃକ୍ଷ ଆମ ଶରୀରରେ ଥିବା ବୃକକର କାର୍ଯ୍ୟକ୍ଷମତା ବୃଦ୍ଧି କରେ | ଯଦି ଆମେ ସକାଳୁ ୫-୭ ଟି ପତ୍ର ଚୋବାଇ ପାଣି ପିଇଲେ ଆମର ଆଳସ୍ୟ ଦୂର ହେବା ସହିତ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ |

  • ଏହା ମଧ୍ୟ ଆମ ଶରୀରକୁ ବ୍ୟାକ୍ଟେରିଆ ଫଙ୍ଗସ ଭଳି କେତେକ ଜୀବାଣୁ ଜନିତ ରୋଗ ଦାଉରୁ ରକ୍ଷା କରିଥାଏ | ଜ୍ଵର ଦାଉରୁ ରକ୍ଷା ପାଇବା ପାଇଁ ଏହି ବୃକ୍ଷର ପତ୍ରରୁ ରସ ନିଗାଡି ଫୁଟେଇ ପିଇଲେ ଆମେ ସହଜରେ ଜ୍ଵର ଦାଉରୁ ମୁକୁଳି ପାରିଥାଉ |

  • ମହାପୁରୁଷ ଚରକଙ୍କ ସୂତ୍ର ଅନୁସାରେ ତୁଳସୀ ହାକୁଟି,କାଶ,ଦିବା ଦୋଷ,ଶ୍ଵାସ ଆଦି ରୋଗକୁ ଭଲ କରିବା ସହ ଛାତିରୁ କଫ ବାହାର କରିଥାଏ |

  • ଯଦି ଆମେ ପ୍ରତ୍ୟେକ ଦିନ ଏହି ବୃକ୍ଷର ପତ୍ରକୁ ସେବନ କରିବା ତା’ହେଲେ ଆମେ ବିଭିନ୍ନ ରୋଗ କବଳରୁ ନିଶ୍ଚିତ ରୂପେ ମୁକ୍ତି ପାଇବା ଯେପରି ଅମ୍ଲପିତ୍ତ,ମାଂସପେଶୀର ବ୍ୟଥା,ଥଣ୍ଡା ଜ୍ଵର,ପିଲାଙ୍କ କଫ,ଝାଡା,ବାନ୍ତି ଓ କୃମି ଆଦି ରୋଗ ମଧ୍ୟ ଭଲ ହୋଇଥାଏ |

  • ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଏହି ଔଷଧୀୟ ଗୁଳ୍ମ ମଧ୍ୟ ଭୟଙ୍କର ସ୍ଵାଇନ୍ ଫ୍ଲୁ ଆକ୍ରାନ୍ତ ଠାରୁ ଦୂରେଇ ରଖିବା ସହିତ ଏହା ଦ୍ଵାରା ପୀଡିତ ବ୍ୟକ୍ତି ଶୀଘ୍ର ଆରୋଗ୍ୟ ହୋଇଥାଏ | ଭୂତାଣୁଜନିତ ରୋଗ ନିରୋଧକ ଆଉ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ତୁଳସୀ |

  • ଏହି ଗୁଳ୍ମ ବିଶେଷ କରି ମଧୁମେୟ ରୋଗୀଙ୍କର ବହୁତ ଉପକାର କରିଥାଏ | ଏହା ଶରୀରରେ ଇନ୍ସୁଲିନ୍ ସଠିକ୍ ମାତ୍ରାରେ ସୃଷ୍ଟି କରିବା ସହିତ ପାନକ୍ରିୟାଜକୁ ସଠିକଭାବରେ କାର୍ଯ୍ୟ କରାଇଥାଏ | ଏହା ଖାଇବା ଦ୍ଵାରା ଶରୀର ଓ ମନରେ ପଡୁଥିବା ମାନସିକ ଚାପ ହ୍ରାସ ପାଇଥାଏ |

  • ଏହା ଦ୍ଵାରା ମଧ୍ୟ ମାନସିକ ଅକ୍ରୋଶ,ଆତ୍ମହତ୍ୟା ଭାବନା ଆଦିରୁ ରକ୍ଷା ମିଳିଥାଏ | ତୁଳସୀ ପାଖରେ ବସି ପ୍ରାଣାୟାମ କଲେ ବଳ,ବୁଦ୍ଧି,ଶକ୍ତି ଓ ଉତ୍ସାହ ବୃଦ୍ଧି ପାଏ | ମନୁଷ୍ୟକୁ ଦୀର୍ଘାୟୁ କରିବାରେ ତୁଳସୀ ଗଛର ଦୃଢ କ୍ଷମତା ରହିଛି |

  • ତୁଳସୀ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖେ | ବେସନ ସହିତ ତୁଳସୀ ପତ୍ରକୁ ବାଟି ମୁହଁରେ ଲଗାଇଲେ ବ୍ରଣ ଓ ଦାଗ ଦୂର ହେବା ସହ ମୁଖର ଉଜ୍ଜଳତା ବୃଦ୍ଧି ପାଇଥାଏ |

  • ତୁଳସୀ ପତ୍ରକୁ ନିମ୍ବ ଏବଂ ମନ୍ଦାର ପତ୍ର ସହିତ ବାଟି ମୁଣ୍ଡରେ ଲଗାଇଲେ ଏହା କେଶକୁ କୋମଳ କରିଥାଏ |

Leave A Reply

Your email address will not be published.