କେତେକ ବ୍ୟକ୍ତିଙ୍କର ଝାଡା ସମୟରେ ଓ ପରେ ମଳଦ୍ଵାରରୁ ଟୋପା ଟୋପା ରକ୍ତ ନିର୍ଗତ ହୁଏ । କେତେକଙ୍କର ଝାଡା ସହିତ ରକ୍ତ ପଡେ ଏବଂ ଏହି ସମୟରେ ମଳଦ୍ଵାରରେ ତୀବ୍ର ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହାକୁ ଅର୍ଶ ରୋଗ ବା ଆଧୁନିକ ଚିକିତ୍ସାରେ Piles or Hemorrhoids ବୋଲି କୁହାଯାଏ ।
ଅର୍ଶ ଓ ମଳକଣ୍ଟକ ଏକ ମଳାଶୟ ଓ ମଳଦ୍ଵାରଗତ ରୋଗ । ଏହି ମଳାଶୟରୁ ମଳଦ୍ଵାରପର୍ଯ୍ୟନ୍ତ ଅଙ୍ଗକୁ “ଆନୋରେ କଟମ” କୁହାଯାଉଥିବା ବେଳେ ଶଲ୍ୟ ଚିକିତ୍ସା ବିଜ୍ଞାନର ଆଦି ସ୍ରଷ୍ଟା ମହର୍ଷ ସୁଶ୍ରୁତ ଏହହକୁ “ଗୁଦନାଡି” ବୋଲି କହିଛନ୍ତି । ଏହା ଗୁହ୍ୟଦ୍ଵାର ଠାରୁ ସାଢେ ଚାରିଆଙ୍ଗୁଳ ଲମ୍ବ ଭିତର ଆଡକୁ ସୂକ୍ଷ୍ମତନ୍ତୁ ବିଶିଷ୍ଟ ନାଡି ମଳାଶୟରେ ସଂଯୋଗ ହୋଇଛି । ଏହା ଗୁଦାନାଡି ପଥରେ ମଳ ଓ ଅଧୋବାୟୁ ନିଷ୍କାସନ ହୋଇଥାଏ । ଏହା ଶଙ୍ଖାବର୍ତ୍ତ ସଦୃଶ ତିନିଗୋଟି ଆବର୍ତ୍ତ ବା “ତ୍ରିବଳୀ” ନାମରେ ପରିଚିତ । ଯଥା ଭିତରଆଡୁ ଦେଢ ଅଙ୍ଗୁଳି ପରିମାଣ ପ୍ରଥମବଳୀର ନାମ ପ୍ରବାହିଣୀ, ମଧ୍ୟଭାଗରେ ଦେଢଆଙ୍ଗୁଳି ପରିମାଣ ଦ୍ଵିତୀୟ ବଳୀର ନାମ ବିସର୍ଜନୀ, ନିମ୍ନଭାଗରେ ଦେଢ ଆଙ୍ଗୁଳି ପରିମାଣ ଶେଷବଳୀର ନାମ ସମ୍ବରଣୀ ଅଟେ । ପ୍ରବାହିଣୀ ଓ ବିସର୍ଜନୀ ବଳୀରେ ଜାତ ହୋଇଥିବା ମାଂସାଙ୍କୁରକୁ ମଳକଣ୍ଟକ ଓ ସମ୍ଭରଣୀ ବଳୀରେ ଜାତ ହୋଇଥିବା ମାଂସାଙ୍କୁରକୁ ଅରସ୍ସା କୁହାଯାଏ । ଦୋଷଭେଦରେ ଏହି ଅର୍ଶ ରୋଗ ଛଅ ପ୍ରକାରର ଅଟେ , ଯଥା – ବାତଜ, ପିତ୍ତଜ, କଫଜ, ତ୍ରିଦୋଷକ ଓ ସହଜ ବା ଜନ୍ମଜାତ ଦୋଷଭେଦ ଅନୁସାରେ ଏହାର ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ ।
ଅର୍ଶ ଲକ୍ଷଣ
ବାତଜ ଅର୍ଶ ଲକ୍ଷଣ: ଶୁଷ୍କ, ଅରୁଣବର୍ଣ୍ଣ କଡମ୍ବ ଫୁଲପରି ନାଡିମୁଖରେ ମାଂସାଙ୍କୁର ଜନ୍ମିଥାଏ । ଏହାଦ୍ଵାରା ମଳକଠିନ ଓକୃଷ୍ଣବର୍ଣ୍ଣ ହୁଏ । ମଳତ୍ୟାଗ ସମୟରେ ଉଦର, କଟା ପୃଷ୍ଣ ପାର୍ଶ୍ଵ ଲିଙ୍ଗା ଓ ଗୁହ୍ୟ ଦ୍ଵାରାରେ ଯନ୍ତ୍ରଣା ହୁଏ ଏବଂ ଚର୍ମ ଚକ୍ଷୁ, ନଖ ଦାନ୍ତ ଓ ମଳାମୁତ୍ର କୃଷ୍ଣବର୍ଣ୍ଣହୁଏ । ମଳ ରୋଧ କାରଣରୁ ଉଦରରେ ଅନେକ ଉପଦ୍ରବ ଦେଖାଦିଏ ।
ପିତ୍ତଜ ଅର୍ଶଲକ୍ଷଣ: ଗୁହ୍ୟଦ୍ଵାରରେ ପିତ୍ତବର୍ଣ୍ଣ ସୂକ୍ଷ୍ମମୁଖ ଯୋକ ଭଳି ମାଂସଙ୍କୁର ଦେଖାଦିଏ । ପତଳା ମଳ ସହିତ ଗୁହ୍ୟଦ୍ଵାରରେ ଜ୍ଵାଳା ହୋଇ ରକ୍ତ ନିର୍ଗତ ହୁଏ । ଏଥିରେ ବିଭିନ୍ନ ଉପସର୍ଗ ଯଥା – ଜ୍ଵର, ଦାହ, ପିପ୍ ପାସା, ମୂର୍ଚ୍ଛା ଇତ୍ୟାଦି ଉପସ୍ଥିତ ହୂର ଏବଂ ଚକ୍ଷୁ ଚର୍ମ, ମୁଖ ନଖ ଦନ୍ତ ଓ ମଳମୂତ୍ର ଇତ୍ୟାଦି ପିତ୍ତବର୍ଣ୍ଣ ହଲିଦିଆ ଦିଶେ ।
କଫଜ ଅର୍ଶ ଲକ୍ଷଣ: ଗୁହ୍ୟଦ୍ଵାରରେ ସ୍ଥୂଳ, କଠିନ, ଗୋଲାକାର, ସ୍ନିଗଧ, ପାଣ୍ଡୁବର୍ଣ୍ଣ ଓ ପଣସ ମଞ୍ଜିଭଳି ମାଂସାଙ୍କୁର ଦେଖାଦିଏ । ଏହା ରକ୍ତଶୂନ୍ୟ ହେଲେ ଅତ୍ୟନ୍ତ କଣ୍ଡୁଯୁକ୍ତ ହୁଏ ଏବଂ ଶ୍ଲେଷ୍ମା ବା ଲାଳମିଶ୍ରିତ ମାଂସଧୁଆ ଜଳ ଅଧିକ ମାତ୍ରା ମଳତ୍ୟାଗ ହୋଇଥାଏ ଏବଂ ଚର୍ମ, ମୁଖ ଦନ୍ତ ମଳ ମୂତ୍ରାଦି ଶୁକ୍ଳବର୍ଣ୍ଣ ବା ପାଣ୍ଡୁବର୍ଣ୍ଣ ହୁଏ । ଏହାର ଉପଦ୍ରବରେ ଜ୍ଵର, ଅରୁଚି, ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ମସ୍ତକ ଭାରୀ ବୋଧ ହୁଏ ।
ରକ୍ତଜ ଅର୍ଶ ଲକ୍ଷଣ: ବରଗଛର କଅଁଳ ଫଳ ପ୍ରବାଳ ବା କାଇଁଚ ଫଳ ସଦୃଶ ମଳଦ୍ଵାରରେ ମାଂସାଙ୍କୁର ଦେଖାଦିଏ ଏବଂ ଏହାର ଲକ୍ଷଣଗୁଡିକପିତ୍ତଜ ଅର୍ଶଭଳି ପ୍ରକାଶ ପାଇଥାଏ । କିନ୍ତୁ ଏହାର ବିଶେଷ ଲକ୍ଷଣ ହେଲା – ଏଥିରେ ଅଧିକ ମାତ୍ରାରେ ଦୃଷ୍ଟି ରକ୍ତ ନିର୍ଗତ ହୁଏ । ଅତିଶୟ ରକ୍ତପାତରୁ ବିଭିନ୍ନ ଉପଦ୍ରବ ଦେଖହଦେଇଥାଏ । ଏଥିରୁ ଚକ୍ଷୁ ଲାଳବର୍ଣ୍ଣ ହୁଏ ।
ତ୍ରିଦୋଷଜ ଓ ସହଜ ଅର୍ଶ ଲକ୍ଷଣ: ବାତ ପିତ୍ତ କଫର ମିଳିତ ଲକ୍ଷଣ ପ୍ରକାଶ ପାଇଲେ ତାହାକୁ ତ୍ରିଦୋଷଜ ଅର୍ଶ କୁହାଯାଏ ଏବଂ ପିତାମାତାର ଦୂଷିତ ଶୁକ୍ର ଓ ରଜରୁ ସହଜ ଅର୍ଶ ଜାତ ହୋଇଥାଏ । ଏହି ସହଜାତ ଅର୍ଶର ବିଶେଷ ଲକ୍ଷଣ କର୍କଶ, ପାଣ୍ଡୁବର୍ଣ୍ଣ ଓ ଅନ୍ତୁର୍ମୁଖ ବିଶିଷ୍ଟ । ଏହାକୁ ହିଁ ମଳକଣ୍ଟକୁ କୁହାଯାଏ । ଏହି ଅର୍ଶ ରୋଗୀ ସ୍ଵଭାବତଃ କ୍ରୋଧୀ କୃଶାଙ୍ଗ ଅଳ୍ପାହାରୀ ଓ ସର୍ବାଙ୍ଗଶିରାରେ ବ୍ୟାପ୍ତ ହୋଇଥାଏ । ଏହି ରୋଗ କଷ୍ଟସାଧ୍ୟ । ଯେଉଁ ଅର୍ଶ ସମ୍ବରଣୀବଳୀରେ ଜନ୍ମେ ଓ ଏକ ଦୋଷରୁ ଉତ୍ପନ୍ନ ହୋଇଥାଏ ତାହା ସୁସାଧ୍ୟ
Related Posts