କ’ଣ ଖାଇବା? କ’ଣ ଖାଇବା ନାହିଁ? କେତେ ପରିମାଣରେ ଖାଇବା?

39

  • ଆମର ନିତିଦିନିଆ ଜୀବନରେ ଅନେକ ଲୋକ ଅନେକ କଥା କୁହନ୍ତି, ଏବଂ ଅନେକ ନିତିବାଣୀ ମଧ୍ୟ ବଖାଣନ୍ତି| କିନ୍ତୁ ବସ୍ଥାବରେ କଣ ଏହା ଠିକ୍| ଏପରି ଅନେକ କଥା ଆମ ଭିତରେ ପ୍ରଶ୍ନବାଚୀ ହୋଇ ରହିଥାଏ| କେହି କେହି ତାକୁ ମାନନ୍ତି ତ କେହି କେହି ତାକୁ ଫାଲତୁ କଥା କହି ଏଡାଇ ଦିଅନ୍ତି| ଆଜି ଆମେମନେ ଆପଣକୁ ସେ ବିଷୟରେ କହିବୁ, ଯେ କଣ ଖାଇବା ଦରକାର ଆଉ କଣ ଦରକାର ନୁହେଁ|

  • କିଛି ଲୋକ କୁହନ୍ତି ଖାଦ୍ୟରେ ତେଲ କମ୍ ଖାଇଲେ ଶୀଘ୍ର ଓଜନ କମି ଯାଏ | କିନ୍ତୁ ଏହା ସହଜ ନୁହେଁ | ଏହା ଦ୍ଵାରା ଆପଣଙ୍କର ହେଲଥ୍ ଉପରେ ଖରାପ ପ୍ରଭାବ ପଡିଥାଏ | ଶରୀରକୁ ହେଲ୍ଦୀ ରଖିବାକୁ ତେଲ ଜରୁରୀ | ବ୍ରେନରେ ୭୦ ପ୍ରତିଶତ ଫ୍ୟାଟ ରହିଥାଏ | ଆପଣ ଯଦି ତେଲ ନ ଖାଇବେ, ବ୍ରେନରୁ ଫ୍ୟାଟ କମିଯିବ ଏବଂ ଆପଣ ଡିପ୍ରେସନକୁ ଚାଲିଯାଇପାରନ୍ତି | ତେଣୁ ବଡି କୁ ହେଲ୍ଦୀ ରଖିବା ପାଇଁ ଲିକୁଇଡ ଫ୍ୟାଟ ନିହାତି ଜରୁରୀ, ଯାହା ଆମକୁ ତେଲରୁ ହିଁ ମିଳିଥାଏ | ତେଣୁ ତେଲ ଖାଇବା ନିହାତି ଆବଶ୍ୟକ |

  • ସବୁ ତେଲରେ ଓମେଗା ୩ ଓ ଓମେଗା ୬ ଫ୍ୟାଟି ଏସିଡ଼ ରହିଛି | କମ୍ ତେଲ ଖାଉଥିବା ଲୋକଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା କମ୍ ଦେଖିବାକୁ ମିଳେ | ଏଥିପାଇଁ ଦେହକୁ ସୁସ୍ଥ ରଖିବାକୁ ଅନ୍ୟାନ୍ୟ ଜରୁରୀ ସପ୍ଲିମେଣ୍ଟସ ସହିତ ୨ ବଡ ଚାମଚ ତେଲ ନିହାତି ଆବଶ୍ୟକ |

  • ପ୍ରାୟତଃ କୁହନ୍ତି ରାତିରେ ଦହି ଖାଇବା ମନା | ଏହା ଦ୍ଵାରା ଥଣ୍ଡା ଏବଂ କଫ ହେବାର ସମ୍ଭାବନା ରହିଛି | କିନ୍ତୁ ଏହା ଭୁଲ୍ | ଯଦି ଆପଣ ଘରର ତାପମାତ୍ରା ଅନୁସାରେ ରଖାଯାଇଥିବା ଦହି ରାତିରେ ଖାଇବେ ତ ସେମିତି କିଛି ଅସୁବିଧା ନାହିଁ | ଦହି ପ୍ରି-ଡାଇଜେଷ୍ଟେଡ ଫୁଡ୍ ଅଟେ | ଆପଣକୁ ଯଦି ବି ଥଣ୍ଡା କିମ୍ବା କାଶ ହେଉଛି ତଥାପି ଆପଣ ଦହି ଖାଇଲେ କିଛି ଅସୁବିଧା ନାହିଁ | ଆଉ ଯଦି ଦହି ଖଟା ହୋଇଯାଇଛି ତ ତାକୁ ଖାଇବା ଠିକ ନୁହେଁ | ଏହା ଶରୀର ପକ୍ଷେ ହାନିକାରକ |

  • କୁହାଯାଏ ଆଳୁ ଖାଇଲେ ଓଜନ ବଢିଥାଏ | କିନ୍ତୁ ଏହା ଠିକ ନୁହେଁ | ବରଂ ଆଳୁ ଖାଇଲେ ଶୀଘ୍ର ପେଟ ପୁରିଯାଇଥାଏ | ଗୋଟିଏ ମିଡିୟମ ସାଇଜ ଆଳୁରେ ୧୬୮ କ୍ୟାଲୋରୀ ସହିତ ୫ ଗ୍ରାମ୍ ପ୍ରୋଟିନ ଏବଂ ୩ ଗ୍ରାମ୍ ଫାଇବର ଥାଏ | ଯଦି ଆପଣ ଡାଏଟିଂ କରୁଛନ୍ତି ତ ଆଳୁ ସବୁଠାରୁ ଭଲ ଡାଏଟ, ଯାହା ଆପଣଙ୍କୁ ଦିନ ସାରା ଭୋକ ଲାଗିବାକୁ ଦେବ ନାହିଁ |

  • କୁହନ୍ତି ଅଣ୍ଡାରେ ରହିଛି ହାଇ କୋଲେଷ୍ଟେରଲ୍ | ତେଣୁ ଏହାକୁ ଅଧିକ ଖାଇବା ଠିକ ନୁହେଁ | କିନ୍ତୁ ପ୍ରକୃତ କଥା ହେଲା ଗୋଟିଏ ଅଣ୍ଡାରେ ୨୧୫ ମି.ଗ୍ରା କୋଲେଷ୍ଟେରଲ୍ ରହିଥାଏ | ବ୍ଲଡ୍ କୋଲେଷ୍ଟେରଲ୍ ଲେବଲକୁ ଏହା ଆଂଶିକ ରୂପେ ପ୍ରଭାବିତ କରିଥାଏ | ଏକଥା ମଧ୍ୟ ପ୍ରମାଣିତ ଯେ ଅଣ୍ଡା ଖାଇବା ଦ୍ଵାରା କାର୍ଡ଼ିଓ ଭାସକୁଲାର୍ ହେଲଥ୍ ଉପରେ ଏହାର ନେଗେଟିଭ୍ ଇଫେକ୍ଟ ରହିଥାଏ |

Leave A Reply

Your email address will not be published.