କଣ ସଂଯୋଗ ଥିଲା ହନୁମାନ ଅବତାର ଓ ଲାଙ୍କା ଦହନ ମଧ୍ୟରେ ?

27

ଲଙ୍କା ଦହନ ପଛରେ ଏକ ରୋଚକ ତଥ୍ୟ ଜଡିତ ଯାହାପାଇଁ ଶ୍ରୀ ହନୁମାନ ତାଙ୍କ ଲାଞ୍ଜ ସାହାଯ୍ୟ ରେ ଲଙ୍କା ରେ ନିଆଁ ଲଗାଇ ଦେଇ ଥିଲେ | ଚାଲନ୍ତୁ ଜାଣିବା ସେହି ତଥ୍ୟ ବିଷୟରେ |

        ଶ୍ରୀ ହନୁମାନ ଶିବଙ୍କ ଅବତାର | ଶିବଙ୍କ ସହ ଏହି ପ୍ରସଙ୍ଗ ଜଡିତ | ଥରେ ମାତା ପାର୍ବତୀ ଙ୍କ ଇଛା ଅନୁସାରେ ଶିବ କୁବେର ଙ୍କ ସାହାଯ୍ୟରେ ସୁନାର ଏକ ସୁନ୍ଦର ମହଲ ନିର୍ମାଣ କରିଥିଲେ | କିନ୍ତୁ ରାବଣ ଏହି ସୁନ୍ଦର ମହଲର ସୌନ୍ଦର୍ଯ୍ୟ ଉପରେ ଆକର୍ଷିତ ହୋଇଗଲେ | ସେ ବ୍ରାହ୍ମଣ ବେଶରେ ଶିବଙ୍କ ପାଖକୁ ଗଲେ | ମହଲକୁ ପ୍ରବେଶ କରିବା ପାଇଁ ସେ ଶିବ-ପାର୍ବତୀ ଙ୍କ ଦ୍ଵାରା ପୁଜା କରାଇ ଦକ୍ଷିଣାରେ ସୁନାର ମହଲ କୁ ମାଗିଲେ , ଭକ୍ତକୁ ଚିହ୍ନିପାରି ଶିବ ପ୍ରସନ୍ନ ହେଇ ସେ ମହଲକୁ ଦାନ ରେ ଦେଇ ଥିଲେ |

         ଦାନରେ ମହଲ ପାଇବା ପରେ ରାବଣ ମନରେ ବିଚାର ଆସିଲା ଅସଲରେ ମା ପାର୍ବତୀଙ୍କ କହିବା ଅନୁସାରେ ଏହି ମହଲ ତିଆରି କରା ଯାଇଥିଲା
| ତେଣୁ ତାଙ୍କ ସହମତି ବିନା ଏହା ଶୁଭ ହେବ ନାହିଁ | ତେଣୁ ରାବଣ ମାତା ପାର୍ବତୀ ଙ୍କୁ ମଧ୍ୟ ମାଗିନେଲା | ଭୋଳା ବାବା ଶିବ ଶଙ୍କର ଏହାକୁ ମଧ୍ୟ ମାନି ନେଲେ | ଯେତେବେଳେ ରାବଣ ସୁନାର ମହଲ ସହ ମାତା ପାର୍ବତୀ ଙ୍କୁ ନେବାକୁ ବାହାରିଲା ସେତେବେଳେ ପାର୍ବତୀ ବିଷ୍ଣୁ ଙ୍କୁ ସ୍ମରଣ କଲେ ଏବଂ ବିଷ୍ଣୁ ଆସି ତାଙ୍କର ରକ୍ଷା କଲେ |

         ଯେତେବେଳେ ମାତା ପାର୍ବତୀ ଅପ୍ରସନ୍ନ ହୋଇଗଲେ , ସେତେବେଳେ ଶିବ ତାଙ୍କ ଭୁଲ୍ କୁ ମାନି ପାର୍ବତୀଙ୍କୁ ପ୍ରତିଶ୍ରୁତି ଦେଲେ ଯେ ମୁଁ ତ୍ରେତୟା ଯୁଗରେ ହନୁମାନ ଅବତାର ନେବି ସେତେବେଳେ ତୁମେ ମୋର ଲାଞ୍ଜ ହେବ | ଯେତେବେଳେ ମୁଁ ମାତା ସୀତାଙ୍କୁ ଖୋଜିବାକୁ ଏହି ମହଲକୁ ଯିବି ତୁମେ ମୋ ଲାଞ୍ଜ ରୁପରେ ଲଙ୍କା କୁ ନିଆଁ ଲଗାଇ ରାବଣକୁ ଦଣ୍ଡିତ କରିବ |ଏହାକୁ ଲଙ୍କାଦହନର ଏକ କାରଣ ବୋଲି ସ୍ଵୀକାର କରାଯାଏ|

Leave A Reply

Your email address will not be published.