ଏକ ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହେଲା Whatsapp ଗଳ୍ପ On Apr 20, 2020 115 Share FacebookWhatsAppEmail ଏକ ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହେଲା | ସେ ଜାହାଜରେ ଏକ ଦମ୍ପତି ଯାତ୍ରା କରୁଥିଲେ | ଯେତେବେଳେ ଲାଇଫ୍ ବୋଟ୍ କୁ ସମସ୍ତଙ୍କୁ ସ୍ଥାନାନ୍ତର କରାସରିଲା, ଦେଖାଗଲା ଯେ ବୋଟ୍ ରେ ଆଉ ମାତ୍ର ଗୋଟିଏ ଲୋକର ସ୍ଥାନ ଖାଲି ଅଛି | ଶେଷରେ ଏ ଦମ୍ପତି ହିଁ କେବଳ ବାକି ଥିଲେ | ଏ ସମୟରେ ସେହି ଲୋକଟି ତା ସ୍ତ୍ରୀ କୁ ପଛକୁ ଠେଲିଦେଇ ନିଜେ ବୋଟ୍ କୁ ଡେଇଁ ପଡିଲା | ଆଉ ତା ପରେ ସେ ସ୍ତ୍ରୀଟି ତା ସ୍ୱାମୀ ଆଡକୁ ଚାହିଁ ଜୋର୍ ରେ ପାଟି କରି କିଛି କହିଲା | ଶିକ୍ଷକ ମଝିରୁ କଥା ବନ୍ଦ କରି ପଚାରିଲେ, “ ତମେମାନେ କଣ ଭାବୁଛ, ସେ ତା ସ୍ୱାମୀକୁ କଣ କହିଥିବ ? “ ଅଧିକାଂଶ ଛାତ୍ର ଉତ୍ତର ଦେଲେ, “ ମୁଁ ତମକୁ ଘୃଣା କରେ | ମୁଁ ଅନ୍ଧ ହେଇଯାଇଥିଲି ଯେ ତମକୁ ବାହା ହେଲି | “ ତା ପରେ ଶିକ୍ଷକ ଦେଖିଲେ ଯେ ଗୋଟେ ପିଲା କିଛି ଉତ୍ତର ନଦେଇ ନୀରବରେ ବସିଥିଲା | ସେ ତାକୁ ପଚାରିଲେ | “ ସେ ହୁଏତ କହିଲା, ମୋ ଛୁଆର ଭଲରେ ଯତ୍ନ ନେବ | “ ପିଲାଟି ଉତ୍ତର ଦେଲା | ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ ଓ ପଚାରିଲେ, “ କଣ ତମେ ଏ କାହାଣୀ ଆଗରୁ ଶୁଣିଛ? “ ପିଲାଟି ମୁଣ୍ଡ ହଲାଇ ମନାକଲା ଓ କହିଲା, “ ନା, କିନ୍ତୁ ଏ କଥାଟି ମୋ ମା ମରିବା ପୁର୍ବରୁ ମୋ ବାପାଙ୍କୁ କହିଥିଲେ | “ ଶିକ୍ଷକ କହିଲେ, “ ସେ ହିଁ ଠିକ ଉତ୍ତର ଦେଇଛି | “ ଏତିକି କହି ସେ ପୁଣି କାହାଣୀ ଆରମ୍ଭ କଲେ | ଜାହାଜ ବୁଡିଗଲା | ସେ ଲୋକଟି ତା ଘରକୁ ଗଲା ଓ ତାଙ୍କ ଝିଅକୁ ଏକୁଟିଆ ପାଳିଲା | ବହୁବର୍ଷ ପରେ ସେ ଲୋକଟି ମୃତ୍ୟୁବରଣ କଲା | ସେ ମରିବା ପରେ ଦିନେ ଝିଅଟି ତା ବାପାଙ୍କ ଡାଏରୀ ପାଇଲା | ସେଥିରେ ତା ବାପା ଲେଖିଥିଲେ ଯେ, ତା ମା ଏକ ଦୁରାରୋଗ୍ୟ ବ୍ୟାଧି ରେ ପୀଡିତ ଥିଲେ | ଜାହାଜଯାତ୍ରା ପୁର୍ବରୁ ଏହା ସେମାନେ ଜାଣିବାକୁ ପାଇଥିଲେ | ଆଉ ଯେତେବେଳେ ଏଭଳି ଜଟିଳ ପରିସ୍ଥିତି ଆସି ପହଞ୍ଚିଲା, ସେ ତାଙ୍କ ଝିଅ ପାଇଁ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ | ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, “ ମୁଁ ବି ତମସହ ସେଠି ବୁଡିଯିବାକୁ ପ୍ରସ୍ତୁତ ଥିଲି | ହେଲେ ଆମ ଝିଅ ପାଇଁ ତମକୁ ଏକା ସେହି ସାଗରତଳର ଅନ୍ଧକାରରେ ହଜିଯିବାକୁ ଦେଲି | ଆଉ ଜୀବନସାରା ସେଥିପାଇଁ ମୋ ମନରେ ଏକ ଶୂନ୍ୟସ୍ଥାନ ରହିଗଲା | “ କାହାଣୀ ସରିଯାଇଥିଲା | ଏକ ଅସମ୍ଭବ ନୀରବତା ଛାଇଯାଇଥିଲା କ୍ଲାସରୁମ୍ ରେ | ଶିକ୍ଷକ ଜାଣିପାରୁଥିଲେ ଯେ ସବୁ ଛାତ୍ର ଏ କାହାଣୀର ଉଦ୍ଦେଶ୍ୟ ବୁଝିପାରିଛନ୍ତି | ଏ ଦୁନିଆରେ ଭଲ ଓ ମନ୍ଦ ନିଶ୍ଚିତରୂପେ ରହିଛି ଓ ରହିବ କିନ୍ତୁ ତାଙ୍କ ପଛରେ ଏଭଳି ଜଟିଳତା ରହିଛି ଯାହା ବୁଝିବା ଏତେ ସହଜ ନୁହେଁ | ଆଉ ସେଇଥିପାଇଁ ଆମେ ବେଳେବେଳେ ଭଲକୁ ଖରାପ୍ ଓ ଖରାପ୍ କୁ ଭଲ ଭାବି ନେଇଥାଉ, କିନ୍ତୁ ଏଇଟା ଭୁଲିଯାଉ ଯେ ଆଖିଦେଖା ଦୃଶ୍ୟ ଓ କାନଶୁଣା କଥା ବି ବେଳେବେଳେ ଧୋକା ଦେଇପାରେ | ଯେଉଁମାନେ ହୋଟେଲ ବିଲ୍ ପଇସା ଦେବାକୁ ଭଲ ପାଆନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଧନୀ, ଏଥିପାଇଁ ଯେ ସେମାନେ ବନ୍ଧୁତାକୁ ପଇସା ଠୁ ବେଶୀ ଗୁରୁତ୍ୱ ଦିଅନ୍ତି | ଯେଉଁମାନେ ଅଫିସ୍ ରେ କାର୍ଯ୍ୟରେ ଆଗଭର, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ବୋକା, ଏଥିପାଇଁ ଯେ ସେମାନଙ୍କର ଦାୟିତ୍ୱବୋଧର ଜ୍ଞାନ ଅଧିକ | ଯେଉଁମାନେ ଝଗଡା ପରେ ଆଗ ଭୁଲ୍ ମାଗନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଭୁଲ୍, ଏଥିପାଇଁ ଯେ ସେମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି | ଯେଉଁମାନେ ଆପଣଙ୍କୁ ବିନା ସ୍ୱାର୍ଥରେ ସାହାଯ୍ୟ କରନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନେ ଆପଣଙ୍କ ଋଣୀ, ଏଥିପାଇଁ ଯେ ସେମାନେ ଆପଣଙ୍କୁ ନିଜ ବନ୍ଧୁ ବୋଲି ଭାବନ୍ତି | ଯେଉଁମାନେ ଆପଣଙ୍କୁ ଖୁସି କରିବାକୁ SMS କରନ୍ତି, ଏହା କରନ୍ତି ଏଥିପାଇଁ ନୁହେଁ ଯେ ସେମାନଙ୍କର କିଛି କାମ ନାହିଁ, ଏଥିପାଇଁ ଯେ ଆପଣ ତାଙ୍କ ପାଇଁ ବହୁତ ଖାସ୍ | ଦିନେ ନା ଦିନେ ଆମ ସମସ୍ତଙ୍କୁ ଅଲଗା ହେବାକୁ ପଡିବ | ଏ ଦିନଗୁଡିକ କେବେ ଆମକୁ ସୁ-ସ୍ୱପ୍ନ ହୋଇ ହସେଇବ ନଚେତ୍ କେବେ ଦୁଃସ୍ୱପ୍ନ ହୋଇ ଡରେଇବ | ଦିନେ ଆମ ପୁଅ ଝିଅ, ନାତି ନାତୁଣୀ ଆମକୁ ପୁରୁଣା ଫୋଟୋ ଦେଖି ପଚାରିବେ, “ ଏମାନେ କିଏ? “ ଆଉ ଆମେ ମୁହଁରେ ସ୍ମିତହାସ୍ୟ ଦେଇ ଓ ମନରେ ଅନେକ କୋହକୁ ଚାପିରଖି କହିବା, “ ଏମାନେ ସେଇଲୋକ, ଯେଉଁମାନଙ୍କ ସହ ମୋର ଜୀବନର ସବୁ ସୁଖଦ ସ୍ମୃତି ଯୋଡି ହୋଇ ରହିଛି |“ 115 Share FacebookWhatsAppEmail