ଗୋଟିଏ ପିଲା ତାର ବୟସର ଅଲଗା ଅଲଗା ପାହାଚରେ ତାର ବାପାଙ୍କ ବିଷୟରେ କଣ ଭାବିଥାଏ ଆସନ୍ତୁ ପଢିବା

30

4 ବର୍ଷ:- ମୋ ବାପା ମହାନ୍ ଅଟନ୍ତି ।

6 ବର୍ଷ:-ମୋ ବାପା ସବୁ ଜାଣିଛନ୍ତି , ସେ ସବୁଠୁ ହୋସିୟାର ଅଟନ୍ତି ।

10 ବର୍ଷ:- ମୋ ବାପା ଭଲ ଅଟନ୍ତି , କିନ୍ତୁ ଟିକେ ରାଗୀ ।

12 ବର୍ଷ:- ମୁଁ ଯେତେବେଳେ ଛୋଟ ଥିଲି ,ତ ମୋ ବାପା ମୋତେ ଭଲ ପାଉଥିଲେ ।

16 ବର୍ଷ:- ମୋ ବାପା ବର୍ତମାନ ଯୁଗ ସହ ତାଳ ଦେଇ ଚାଲି ଶିଖି ନାହାନ୍ତି , ସତକଥା ହେଉଛି କି ତାଙ୍କର କିଛି ଜ୍ଞାନ ହିଁ ନାହିଁ ।

18 ବର୍ଷ:- ମୋ ବାପା ଦିନକୁ ଦିନ ଚିଡ୍ ଚିଡା ଓ ବଦରାଗି ହୋଇ ଯାଉଛନ୍ତି ।

20 ବର୍ଷ:- ଓ ହୋ… ଏବେ ତ ବାପାଙ୍କ ସାଥିରେ ରହିବା ମୁସ୍କିଲ୍ ହୋଇଗଲାଣୀ ,ଜଣାନାହିଁ ମା କେମିତି ତାଙ୍କ ସାଥିରେ ଏତେ ଦିନ ହେଲାଣି ରହିଛି !!

25 ବର୍ଷ:- ମୋ ବାପା ମୋର ସବୁ କଥାରେ ବିରୋଧ କରୁଛନ୍ତି । କିଏ ଜାଣେ ସେ ଏ ଦୁନିଆକୁ କେବେ ବୁଝିବେ ?

30 ବର୍ଷ:- ମୋର ଛୋଟ ପୁଅକୁ ସମ୍ଭାଳିବା କେତେ ମୁସ୍କିଲ ହୋଇଯାଉଛି । ପିଲାଦିନେ ମୋ ବାପାଙ୍କୁ ମୁଁ କେତେ ଡରୁଥିଲି ।

40 ବର୍ଷ:- ଆଜିକାଲି ପିଲାମାନଙ୍କ ପାଖରେ ଭଦ୍ରାମୀ କି ଶିଷ୍ଟାଚାର କିଛି ନାହିଁ ।
ମୋ ବାପା ମୋତେ କେତେ ଶୃଙ୍ଖଳା ଓ ଅନୁଶାସନରେ ବଢାଇ ଥିଲେ ।

50 ବର୍ଷ:- ଆଜିକାଲି ଆମର ଏଇ ଗୋଟିଏ ପିଲାକୁ ପାଳି ପୋଷି ବଡ କରିବାରେ କେତେ ନାକେଦମ୍ ହୋଇ ଯାଉଛୁ !
ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ଆମ ଚାରି ଭାଇ-ଭଉଣୀକୁ ବଡ କରିବାରେ ସେ କେତେ ଦୁଃଖ କଷ୍ଟ ର ସାମ୍ନା କରି ନ ଥିବେ !!!

55 ବର୍ଷ:- ମୋ ବାପା କେତେ ଦୂରଦ୍ରଷ୍ଟା ଥିଲେ ! ସେ ଆମ ଭାଇ ଭଉଣୀ ମାନଙ୍କ ପାଇଁ କେତେ ସୁନ୍ଦର ବ୍ୟବସ୍ଥା କରିଥିଲେ , ଆଜି ବୁଢାବୟସରେ ବି ଆମେ ସଂଯମତା ପୂର୍ବକ ଜୀବନ ବଞ୍ଚୀ ପାରୁଛୁ ।

60 ବର୍ଷ:- ମେ ବାପା ମହାନ୍ ଥିଲେ । ସେ ବଞ୍ଚୀଥିବା ପର୍ଯନ୍ତ ଆମ ସମସ୍ତଙ୍କର କେତେ ଯତ୍ନ ନେଉଥିଲେ !
ସବୁଠୁ ସତ କଥା ହେଲା ମୋ ବପାଙ୍କୁ ଭଲଭାବରେ ବୁଝିବାକୁ ମୋତେ ପୁରା 60 ବର୍ଷ ଲାଗିଗଲା ।

ଦୟାକରି ଆପଣ ଆପଣଙ୍କ ବାପାଙ୍କୁ ବୁଝିବାରେ ଏତେ ବର୍ଷ ଲଗାନ୍ତୁ ନାହିଁ ।
ସମୟ ଆଗରୁ ବୁଝିଯାଆନ୍ତୁ । କାରଣ ଆମ ବାପା ଆମ ପାଇଁ କେବେ କୌଣସୀ ଭୁଲ୍ ନିଷ୍ପତ୍ତୀ ନିଅନ୍ତି ନାହିଁ ।
କେବଳ ତାଙ୍କ ପ୍ରତି ଆମର ବିଚାର ଧାରା ଭୁଲ୍ ଥାଏ , ଯାହା ସମୟ ବିତିଗଲା ପରେ ଆମେ ଅନୁଭବ କରିଥାଉ ।

ନିଜ ବାପାଙ୍କର ସମ୍ମାନ କର ଓ  ତାଙ୍କ ବିଚାରକୁ ସମ୍ମାନ କର।

Leave A Reply

Your email address will not be published.