29.7 C
Odisha
Friday, September 17, 2021

ମା ଓ ସ୍ତ୍ରୀ ମଧ୍ୟରୁ ପୁଆ କାହିଁକି ବଛିଲା ମାଆକୁ?

Must read

ପତ୍ନୀ ବାରମ୍ବାର ମାଙ୍କ ଉପରେ ଅଭିଯୋଗ ଆଣୁଥିଲା…ଓ ପତି ବାରମ୍ବାର ତାକୁ ନିଜ ସୀମାରେ ରହିବା ପାଇଁ କହୁଥିଲା….. କିନ୍ତୁ ପତ୍ନୀ ପାଟି ଚୁପ୍ କରିବାର ନାଁ ବି ଧରୁ ନ ଥିଲା । ସେ ଜୋର୍ ଜୋର୍ ରେ ପାଟି ଚିଲେଇ କହୁଥିଲା……ମୁଁ ମୋ ସୁନାମୁଦିକୁ ଏଇ ଟେବୁଲ୍ ଉପରେ ରଖିଥିଲି ….ତୁମ ଓ ମୋ ବ୍ୟତିତ ଆଉ କେହି ବି ଏ ରୁମ୍ କୁ ଆସି ନାହାନ୍ତି……ତେଣୁ ତୁମେ ମାନ ବା ନ ମାନ ମୋ ସୁନାମୁଦି କୁ ତୁମରି ମା ହିଁ ଚୋରି କରିଛନ୍ତି………କଥା ଯେତେବେଳେ ସହିବାର ସବୁ ସୀମା ଟପିଗଲା…ତ ସେ ରାଗରେ ଢୋ କରି ଜୋର୍ ରେ ପତ୍ନୀର ଗାଲରେ ଚାପଡାଟାଏ ମାରିଲେ..
ମାତ୍ର ୨ ମାସ ପୂର୍ବରୁ ବାହାଘର ହୋଇଥିଲା । ତେଣୁ ପତ୍ନି ପକ୍ଷରେ ଚାପୁଡା ସହ୍ୟ ହେଲା ନାହିଁ । ତେଣୁ ଘର ଛାଡି ଯିବାକୁ ବାହାରିଲା…..ଓ ଯିବା ସମୟରେ ପତିଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା….
ତୁମକୁ ତୁମ “ମା” ଉପରେ ଏତେ ବିଶ୍ବାସ କାହିଁକ?
ସେତେବେଳେ ପତୀ ଏମିତି ଏକ ଉତ୍ତର ଦେଲେ ଯାହାକୁ ଶୁଣି କବାଟ ପଛରେ ଛିଡା ହୋଇ ଶୁଣୁଥିବା ମା ର ମନ ଭରିଗଲା
ପତି ତାହାର ପତ୍ନୀକୁ କହିଲା…

ମୁଁ ଯେତେବେଳେ ଛୋଟ ଥିଲି, ମୋ ବାପା ମୋତେ ଛାଡି ଚାଲିଗଲେ । ମୋ ମା ପଡୋଶୀ ଙ୍କ ଘରେ ଝାଡୁ ପୋଛା କାମ କରି ଯାହା ରୋଜଗାର କରୁଥିଲା ସେଥିରେ କେବଳ ଗୋଟିଏ ବକ୍ତର ଖାଇବା ହେଉଥିଲା ।ମୋ ମା ବଡ ସରାଗରେ ସେ ସମସ୍ତ ଖାଇବାକୁ ଗୋଟିଏ ଥାଳିରେ ମୋତେ ପରଶି ଦେଉଥିଲା ଓ ଖାଲି ଡବାକୁ ଢାଂକି ରଖି ଦେଉଥିଲା, ଆଉ କହୁଥିଲା….ପୁଅ ରେ ସେଥିରେ ମୋର ଗୋଟେ ରୁଟି ଅଛି, ରାତିବେଳକୁ ଖାଇନେବୁ…ମୁଁ ବି ସବୁବେଳେ ଅଧାରୋଟି ଖାଇଦେଇ କହୁଥିଲି କି..ମା.. ମା…ମୋର ପେଟ ପୁରିଯାଇଛି, ଆଉ ଖାଇବିନି । ତେଣୁ ତୁ ଖାଇନବୁ..ମୋ ମା ମୋର ସେହି ମିଛ ଅଧା ରୋଟିକୁ ଖାଇ ମୋତେ ପାଳି ପୋଷି ବଡ କରିଛି..ଯଦିଓ ଆଜି ମୁଁ ଦୁଇ ବକ୍ତ ରୋଟି ରୋଜଗାର କରିବାରେ ସକ୍ଷମ ହୋଇପାରିଛି..କିନ୍ତୁ ମୁଁ କେମିତି ଭୁଲିଯିବି ମୋ “ମା”ର ସେହି ଅତୁଳନୀୟ ତ୍ୟାଗକୁ ।ଯିଏ ତାର ସେ ବୟସରେ(ଯୁବା ଅବସ୍ଥା) ବି ତାର ସମସ୍ତ ଇଛାକୁ ମୋ ପାଇଁ ମାରିଦେଇଛି..ମୁଁ ଆଜି କେମିତି ମାନିନେବି ଯେ ସେ ତାର ପରିଣତ ବୟସରେ ଗୋଟିଏ ଛାର ମୁଦି ର ଭୋକିଲା ହୋଇଥିବ ବୋଲି…ମୁଁ ଏହା ସ୍ବପ୍ନରେ ବି ଭାବିପାରିବିନି, ତୁମେ ତ ତିନି ମାସ ହେଲା ମୋ ସାଥିରେ ରହିଲ..କିନ୍ତୁ ମୁଁ ମୋ ମାର ତପସ୍ୟାକୁ ଦୀର୍ଘ ପଚିଶ ବର୍ଷ ହେଲାଣି ଦେଖିଛି …..ଏହା ଶୁଣି “ମା” ର ଆଖି ଲୁହରେ ଛଳଛଳ ହୋଇଗଲା । କାରଣ ସେ ଭାବୁଥିଲେ କି ମୁଁ ମୋ ପୁଅର ଅଧା ରୋଟିର କରଜ ଶୁଝୁଛି ନାଁ ସେ ମୋ ମିଛ ଅଧା ରୋଟିର କରଜ ଶୁଝୁଛି ଏହି ପ୍ରକାର ଘଟଣା ଏବେ ପ୍ରତି ଗାଁ ଠୁ ସହର, ପଲ୍ଲୀ ରୁ ଦିଲ୍ଲୀ ପ୍ରତି ଘରେ ଘରେ ପ୍ରାୟ ଘଟି ଚାଲିଛି..ମା କାଲି ବି କାନ୍ଦୁଥିଲା, ମା ଆଜି ବି କାନ୍ଦୁଛି..ମାଁ ଏକ ଏମିତି ଶବ୍ଦ, ଯାହାର ମମତାକୁ ଶବ୍ଦରେ ପ୍ରକାଶ କରିବାର କ୍ଷମତା କୌଣସି ଲେଖିଲାବାଲା ର କଲମରେ ବି ନ ଥିବ…ମା ଏକ ଏମିତି ଢାଲ, ଯିଏ ସାଥିରେ ଥିଲେ ଜୀବନ ର ସବୁ ବିପଦ ବାଟେବାଟେ ରୁ ହିଁ ଚାଲିଯାଏ । ମାଁ ତାର ପିଲା ପାଇଁ ନିଜର ସବୁ ସୁଖକୁ ଜଳାଞ୍ଜଳୀ ଦେଇଥାଏ, ତଥାପି ସେ ସର୍ବଦା ହସୁଥାଏ…ଜୀବନରେ ଭଗବାନଙ୍କୁ କେବଳ ଏତିକି ହିଁ ମାଗିନିଅ ଦୋସ୍ତ…ଯେମିତି “ମା” ଙ୍କ ବିନା କୌଣସୀ ଘର ନ ରହୁ ଓ କେହି “ମା” ଯେମିତି ବେଘର ନ ହୁଅନ୍ତୁ..ନାଁ ଅଛି କୌଣସୀ ନିୟମ, ନା ଅଛି କୌଣସୀ କସମ୍…ଆପଣ ଏ କାହାଣୀ କୁ ବାରମ୍ବାର ପଢନ୍ତୁ, ନିଜ ସ୍ତ୍ରୀ ଓ ପରିବାର ବର୍ଗଙ୍କୁ ବି ଶୁଣାନ୍ତୁ..ଯଦି ଟିକିଏ ସମୟ ଥାଏ ତେବେ ଅନ୍ୟମାନଙ୍କୁ ବି ସେୟାର କରିନ୍ତୁ ….

ହେ ମା…
ତୁମକୁ କୋଟି ପ୍ରଣାମ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article