ଶ୍ରୀ କୃଷ୍ଣ ଙ୍କ ଗୁରୁ ଗର୍ଗାଚାର୍ଯ୍ୟ ଙ୍କ ଦ୍ଵାରା “ ଗର୍ଗ ସଂହିତା “ ରେ ଶ୍ରୀ କୃଷ୍ଣ ଙ୍କ ଲୀଳା ଙ୍କ ବିଷୟରେ ବଣ୍ଣନା ହୋଇଛି | ଗର୍ଗ ସଂହିତାର ଷୋହଳ ତମ ଅଧ୍ୟାୟରେ ରାଧା ଓ ଶ୍ରୀ କୃଷ୍ଣ ଙ୍କର ବିବାହର କଥା ବର୍ଣ୍ଣନା ହୋଇଛି |
ଏହାର ଆରମ୍ଭ ଶ୍ରୀ କୃଷ୍ଣ ଙ୍କ ବଲ୍ୟାବସ୍ଥାରୁ ହିଁ ହୋଇଥିଲା ଯେତେବେଳେ ସେ ୨ ବର୍ଷ ୭ ମାସରେ ହୋଇଥିଲେ | ଥରେ ନନ୍ଦ ରାଜା ବାଳକ କୃଷ୍ଣ ଙ୍କୁ ତାଙ୍କ କୋଳରେ ନେଇ ଖେଳାଉ ଥିଲେ | ଏହି ସମୟରେ ସେ ବୃନ୍ଦାବନର ଭାଣ୍ଡିର ବନ ରେ ପହଞ୍ଚି ଯାଇଥିଲେ |
ବାଳକ କୃଷ୍ଣ ଙ୍କର ସୁନ୍ଦର ମୁଖ କୁ ଦେଖି ଭାବିଲେ ଯେ ସେ କେତେ ଭାଗ୍ୟଶାଳୀ ଯେ ଭଗବାନ୍ ସ୍ଵୟଂ ତାଙ୍କ କୋଳରେ ଖେଳୁଛନ୍ତି | ନନ୍ଦ ରାଜା ଙ୍କୁ ଜଣା ଥିଲା ଯେ କୃଷ୍ଣ ଜଣେ ସାଧାରଣ ବଳକ ନୁହେଁ | ତାଙ୍କ ମନରେ ଭକ୍ତି ଭାବ ଜାଗ୍ରତ ହେଲା | ଏହି ସମୟରେ ଆଶ୍ଚର୍ଯ୍ୟ ଘଟଣା ଘଟିଲା | ଚାହୁଁ ଚାହୁଁ ଜୋର୍ ରେ ପବନ ବହି ବାକୁ ଲାଗିଲା |
Related Posts