ରାତି ପ୍ରାୟ ୧୨ଟା ହେବାକୁ ଜାଉଥିଲା, ପ୍ରବଳ ବର୍ଷା ବି ପଡ଼ୁଥିଲା..
“ଅଜୟ” ଓ ତାଙ୍କ ସ୍ତ୍ରୀ “ପ୍ରିୟା ” ଜଣେ ସାଙ୍ଗ ବାହାଘର ପାର୍ଟି ରୁ ଫେରୁଥିଲେ..
ବର୍ଷା ପଡ଼ୁଥୁବାରୁ ଅଜୟ ଧିରେ ଧିରେ ଗାଡ଼ି ଚଲଉଥିଲେ. ଅଚାନକ ଅଜୟ ସାମ୍ନାରେ ଏକ ବିଜୁଳି ପଡିଲାଭଳି ଆଲୋକ ଦେଖାଗଲା..
ଅଜୟ ଦେଖିଲେ ଗାଡ଼ି ସାମ୍ନାରେ ଜଣେ ସ୍ତ୍ରୀ ଲୋକ ଛିଡା ହେଇଥିଲେ.. ଅଜୟ ଗାଡ଼ି ଛିଡା କରିବାରୁ ତାଙ୍କ ସ୍ତ୍ରୀ ପ୍ରିୟା ପଚାରିଲା:- କଣ ହେଲା..? ଗାଡ଼ି କାହିଁକି ରୋକିଦେଲ..?
ଅଜୟ, ପ୍ରିୟା କୁ ସାମ୍ନା କୁ ଦେଖିବାକୁ ଇସାରା କଲେ.!
ପ୍ରିୟା ସାମ୍ନା କୁ ଦେଖି ଡରିଗଲା, କାହିଁକି ନା ସୁନସାନ ରାତି,ନିଛାଟିଆ ରାସ୍ତାରେ ବର୍ଷା ପଡୁଥିବା ବେଳେ ଏଇ ସ୍ତ୍ରୀ ଲୋକ ଟି କିଏ…?
ପ୍ରିୟା ଡରିଜାଇ ଅଜୟ କୁ ଗାଡ଼ି ସ୍ଟାର୍ଟ କରିବାକୁ କହିଲା…!
ହେଲେ ଗାଡ଼ି ସ୍ଟାର୍ଟ ହେଉନଥିଲା…
ଗାଡ଼ି ବାହାରେ ଛିଡା ହେଇ ସେ ସ୍ତ୍ରୀ ଲୋକ ଟି ବର୍ଷା ରେ ଭିଜି ଜାଇଥିଲେ.. ସେ ହାତଜୋଡି ବିନତି କରୁଥିଲେ ଗାଡ଼ି ର କାଚ ତଳକୁ କରିବା ପାଇଁ….
ଅଜୟ କୁ ଲାଗିଲା କି ସେ ସ୍ତ୍ରୀ ଲୋକ ଟି
ହୁଏତ ବହୁତ ବଡ଼ ଅସୁବିଧା ରେ ଅଛନ୍ତି, ତେଣୁ ଗାଡ଼ି ର କାଚ ତଳକୁ କରିଦେଲା…
ସେଇ ସ୍ତ୍ରୀ ଲୋକ ଟି ହାତଜୋଡି ବିନତି କରି କହିଲା:-
“ଭାଇ ମତେ ଟିକେ ସାହାଜ୍ୟ କର…
ପ୍ରବଳ ବର୍ଷା ଯୋଗୁଁ ମୋ ଗାଡ଼ି ଆକ୍ସିଡେଣ୍ଟ ହେଇଗଲା;
ମୋ ଗାଡ଼ି ରାସ୍ତା ତଳକୁ ଖସି ଜାଇଛି, ସେଥିରେ ମୋର ଛୋଟ ଝିଅ ସୋଇଛି… ଦୟାକରି ମୋ ଝିଅକୁ ବଞ୍ଚାନ୍ତୁ”..
ଅଜୟ ଗାଡ଼ି ରୁ ଓହ୍ଲାଇ ସେ ସ୍ତ୍ରୀ ଲୋକ ର ପଛେ ପଛେ ଗଲା..
ଆକ୍ସିଡେଣ୍ଟ ହେଇଥିବା ଗାଡ଼ି ପାଖରେ ପହ୍ଞ୍ଚି ଅଜୟ ଦେଖିଲା ସେଥରେ ଗୋଟେ.. “ଅତି ସୁନ୍ଦର କଣ୍ଢେଇ ଭଳି ଛୋଟ ଝିଅ ଟି କାନ୍ଦୁଥିଲା…”
ଅଜୟ ଝିଅକୁ ବାହାରକୁ ବାହାର କଲା,
ପୁଣି ଅଜୟ କୁ ଲାଗିଲା କି ଡ୍ରାଇଭର ସିଟ୍ ରେ କେହିଜଣେ ଅଛନ୍ତି…!
ଜେତେବେଳେ ଅଜୟ ଡ୍ରାଇଭର କୁ ଦେଖିଲା ତାଆର ହୋସ୍ ଉଡିଗଲା… କାହିଁକି ନା ଡ୍ରାଇଭର ସିଟ୍ ରେ ସେଇ ସ୍ତ୍ରୀ ଲୋକ ଟି ରକ୍ତ ଜୁଡୁବୁଡୁ ହେଇ ପଡିଥିଲେ.
ଅଜୟ ଏବେ ସବୁ କାହାଣି ବୁଝିପାରିଲେ….
ଏବଂ ସେ କୁନି ଝିଅକୁ ଧରି ନିଜ ଗାଡ଼ି ପାଖକୁ ଫେରି ଆସିଲେ..
ଅଜୟ ର ସ୍ତ୍ରୀ ପ୍ରିୟା ପଚାରିଲା:-
“ସେ ମହିଳା ଜଣକ କୁଆଡେ ଗଲେ..?? ସେ କିଏ…??
Related Posts