ନବରାତ୍ରୀ କୁ କାହିଁକି ହିନ୍ଦୁ ମାନେ ପାଳନ କରନ୍ତି?

43

ନବ ରାତ୍ରୀ ଏକ ହିନ୍ଦୁ ପର୍ବ ଅଟେ , ସଂସ୍କୃତ ଭାଷା ଅନୁଜୟୀ ଏହାର ଅର୍ଥ ୯ ରାତି , ଏହି ୯ ରାତି ରେ ଦେବୀଙ୍କର ୯ ଟି ରୂପ ପୂଜା ପାଏ , ୧୦ ତମ ଦିନକୁ ଦଶହରା କୁହାଯାଏ , ନବ ରାତ୍ରୀର ୯ ଟି ରାତିରେ ଦେବୀ ଲକ୍ଷ୍ମୀ ,ସରସ୍ଵତୀ ଏବଂ ଦେବୀ ଦୁର୍ଗା ଙ୍କ ୯ ଟି ରୂପ ପୂଜା ପାଏ ଯାହାକୁ ନବଦୁର୍ଗା କୁହାଯାଏ ଦେବୀ ଦୁର୍ଗା ଜୀବନର ସମସ୍ତ ଦୁଃଖ ଦୁର କରିବେ ବୋଲି ବିଶ୍ଵାସ କରାଯାଏ , ଏହା ସାରା ଭାରତରେ ବହୁତ ଧୁମ୍ ଧାମ୍ ରେ  ପାଳନ କରାଯାଏ ,

୯ ଜଣ ଦେବୀଙ୍କ ନାମ ନିମ୍ନରେ ଦିଆଗଲା ,

୧. ଶୈଳ କନ୍ୟା – ପର୍ବତ ର କନ୍ୟା .

୨. ବ୍ରହ୍ମଚାରିଣୀ – ବ୍ରହ୍ମ ଚାରିଣୀ .

୩. ଚନ୍ଦ୍ର ଘଣ୍ଟା – ଚନ୍ଦ୍ର ପରି ଉଜ୍ଵଳ .

୪.କୁଷ୍ମାଣ୍ଡା – ସଂପୁର୍ଣ୍ଣ ଜଗତ ତାଙ୍କ ଆୟତ୍ତରେ .

୫. ସ୍କନ୍ଦମାତା – କର୍ତ୍ତିକ ମାତା .

୬. କାତ୍ୟାୟନୀ – କାତ୍ୟାୟନ ଙ୍କ  ଆଶ୍ରମରେ ଜନ୍ମିତା .

୭. କାଳରାତ୍ରୀ – କାଳ ନାଶିନୀ .

୮. ମହାଗୌରୀ – ଧବଳ ରଙ୍ଗର ମା .

୯. ସିଦ୍ଧିଦାତ୍ରୀ – ସର୍ବ ସିଦ୍ଧି ଦାତ୍ରୀ .

ଦେବୀ ଙ୍କ ଉପାସନା ପର୍ବ ନବରାତ୍ରୀ ଦୀର୍ଘ ପ୍ରତିପଦା ଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ନିଶ୍ଚିତ ୯ ତିଥି , ୯ ନକ୍ଷେତ୍ର , ୯ ଶକ୍ତି ଙ୍କର ସଙ୍ଗେ ସନାତନ କାଳରୁ ପାଳନ କରାଯାଉ ଅଛି , ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ରାମ ଚନ୍ଦ ସମୁଦ୍ର କୁଳରେ ନବରାତ୍ରୀର ପୁଜାରମ୍ଭ କରିଥିଲେ ଏହା ପରେ ଲଙ୍କା ବିଜୟ କଲେ ,

ଦେବୀ ଦୁର୍ଗାଙ୍କର ବାହନ ସିଂହ ଅଟେ ଏବଂ ପଦ୍ମ ଫୁଲ ଉପରେ ବିରାଜ ମାନ କରିଥାନ୍ତି , ନବରାତ୍ରୀ ୯ ଦିନ ପର୍ଯ୍ୟନ୍ତ ଏମାନଙ୍କର  ବି ପୁଜା କରାଯାଏ ,

ନବଦୁର୍ଗା ଏବଂ ଦଶ ମହାବିଦ୍ୟା ଙ୍କ ମଧ୍ୟରେ ମା କାଳୀ ପ୍ରଥମ ପ୍ରମୁଖ ଅଟନ୍ତି , ଦଶମ ସ୍ଥାନରେ ମା ବୈଷ୍ଣବୀ ଦେବୀ ବିରାଜନ୍ତି , ଯେ କି ପତିପତ୍ତି ସଂପତ୍ତିର ଅଧିକାରୀ ଲକ୍ଷ୍ମୀ ଅଟନ୍ତି , ଦେବତା , ଦାନବ , ମାନବ ସମସ୍ତେ ମା ଲକ୍ଷ୍ମୀ ଙ୍କ କୃପା ବିନା ଅସହାୟ ଅଟନ୍ତି ,

Leave A Reply

Your email address will not be published.