ମହାନ୍ ପରାକ୍ରମୀ ହନୁମାନ୍ ଅମର ଅଟନ୍ତି | ପବନ ପୁତ୍ର ହନୁମାନ୍ ରଘୁ କୁଳ ର କୁମାର ମାନଙ୍କ କହିବା ଅନୁସାରେ ସେ ପ୍ରତିଦିନ ତାଙ୍କ ଆତ୍ମ କଥାର କୌଣସି ଅଂଶ ଶୁଣାଉ ଥିଲେ |
ସେ ତାଙ୍କର ଆତ୍ମ କଥା ଆରମ୍ଭ କଲେ |
ମୁଁ ଥରେ ସନ୍ଧ୍ୟା ସମୟରେ ମୋର ପ୍ରଭୁ ଆରାଧ୍ୟ ଶ୍ରୀ ରାମ ଙ୍କୁ ସ୍ମରଣ କରୁଥିଲି | ସେହି ସମୟରେ ଗ୍ରହ ଙ୍କ ମଧ୍ୟରେ ପାପି ଗ୍ରହ ତଥା ମନ୍ଦ ବୁଦ୍ଧି ସୂର୍ଯ୍ୟ ଦେବ ଙ୍କ ପୁତ୍ର ଶନି ଦେବ ଆସିଲେ | ସେ ଅତ୍ୟନ୍ତ କଳା ଓ ଭୀଷଣାକାୟ ଦେଖା ଯାଉ ଥିଲେ | ସେ ତାଙ୍କ ମୁଣ୍ଡ ପ୍ରାୟତ ନୁଆଁଇ ରଖୁଥିଲେ | ଯାହା ଉପରେ ତାଙ୍କର ଦୃଷ୍ଟି ପଡୁଥିଲା ସେ ନଷ୍ଟ ହୋଇଯାଉଥିଲା | ଶନି ଦେବ ହନୁମାନଙ୍କ ବହୁବଳ ଓ ପରାକ୍ରମ ଜାଣି ନ ଥିଲେ |
ହନୁମାନ ତାଙ୍କୁ ଲଙ୍କାରେ ରାବଣ ଠାରୁ ମୁକ୍ତ କରିଥିଲେ | ସେ ହନୁମାନଙ୍କୁ ବିନୟ ପୁର୍ବକ କିନ୍ତୁ କର୍କଶ ସ୍ବରରେ କହିଲେ “ ମୁଁ ଆପଣଙ୍କୁ ସାବଧାନ କରିଦେଉଛି ” | ତ୍ରେତୟା ଯୁଗର କଥା ଅଲଗା ଥିଲା | ଏବେ କଳି ଯୁଗ ଆରମ୍ଭ ହୋଇ ଗଲାଣି |
Related Posts