29.7 C
Odisha
Friday, September 17, 2021

ମୋ ଧନରେ ତୁ ଖୁସିରେ ରହ

Must read

ଗୋଟେ ଛୋଟ ପିଲା କୁ ଗୋଟେ ଆମ୍ବ ଗଛ ବହୁତ ପସନ୍ଦ ଥିଲା ।
ସମୟ ମିଳିଲେ ସେ ଆମ୍ବଗଛ ପାଖକୁ ଜାଏ, ତା ସହ ଖେଳେ ତା ଉପରେ ଚଢ଼େ ଆମ୍ଵ ଖାଏ , ଥକିଗଲେ ତାରି ଛାଇ ରେ ଶୋଇଯାଏ, ଏମିତି ଗଛ ସହ ପିଲାଟି ର ଘନିଷ୍ଟ ସମ୍ପର୍କ ହେଇଗଲା
ଦିନ କୁ ଦିନ ପିଲାଟି ବଡ ହେଇ ହେଇ ଗଲା ଓ ଗଛ ପାଖକୁ ଆସିବା ତାର କମ ହେଇଗଲା ଏବଂ ସମ୍ପୂର୍ଣ ବନ୍ଦ ହେଇଗଲା ଗଛ ଟି ସେ ପିଲାଟି କୁ ଝୁରି ବହୁତ କାନ୍ଦିବାକୁ ଲାଗିଲା ।
କିଛିଦିନ ପରେ ପିଲାଟି ପୁଣି ଆସିଲା ଓ ଗଛ କୁ କହିଲା-
ମୋର ଏବେ ଆଉ ଖେଳିବା ବୟସ ନାହିଁ ମୁ ବଡ଼ ହେଇଗଲିଣି ମୁ ପାଠ ପଢିବି ହେଲେ ମୋପାଖ ରେ ପଇସା ନାହିଁ,
ଗଛ କହିଲା-
ତୁ ମୋର ସବୁ ଆମ୍ଵ ନେଇ ବଜାର ରେ ବିକିଦେ ସେଇ ପଇସା ରେ ପାଠ ପଢ଼
ପିଲାଟି ସେୟା କଲା,
ଗଛଟି ପିଲାଟି ର ଆସିବା ଦିନ କୁ ଚାହିଁରହିଥିଲା
ଦିନେ ପିଲାଟି ପୁଣି ଆସିଲା ଓ କହିଲା
ଏବେ ମତେ job ମିଳିଯାଇଛି ଆଉ ମୋର marriage ବି ହେଇଯାଇଛି, ମତେ ମୋ ନିଜର ଗୋଟେ ଘର ଦରକାର ହେଲେ ମୋପାଖରେ ପଇସା ନାହିଁ।
ଗଛ କହିଲା-
ତୁ ମୋର ସବୁ ଡାଳ କାଟି ନେଇ ଘର କରି ଖୁସିରେ ରହ,
ପିଲାଟି ସେୟା କଲା
ଏବେ ଗଛଟି ର ଖାଲି ଗଣ୍ଡି ହି ଥିଲା
ପିଲାଟି ପୁଣି ଆସିବ ଗଛ ଟି ଏ ଆଶା ଛାଡିସାରିଥିଲା
ବହୁତଦିନ ବିତିଗଲା,
ହଠାତ ଦିନେ ଗୋଟେ ବୁଢ଼ାଲୋକ ଗଛ ପାଖକୁ ଆସି କହିଲା
ମତେ ଚିନ୍ହିପାରୁନ?
ମୁ ସେଇ ପିଲା ଯାହାକୁ ତୁମେ ତୁମ ନିଜ ଦେହରୁ କାଟି କି ସାହାଯ୍ୟ କରୁଥିଲ
ବୁଢ଼ା ଜଣକ ଲୁହଭରା ଆଖିରେ କାନ୍ଦି କାନ୍ଦି କହିଲେ
ଆଜି ମୁ ତୁମଠାରୁ କିଛି ନେବା ପାଇଁ ଆସିନି, ତୁମସହ ପୁଣି ମନଭରି ଖେଳିବି,ଆଉ ତୁମ କୋଳରେ ମୁଣ୍ଡ ରଖି ଶାନ୍ତିରେ ଶୋଇଯିବି
ତାପରେ ସେ ଆମ୍ବଗଛ କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲେ |
ତାପରେ ଗଛଟି ର ଶୁଖିଲା ଡାଳ ରୁ ନୂଆ ପତ୍ର ଅଙ୍କୁରିତ ହେବାକୁ ଲାଗିଲା ।
ବନ୍ଧୁ ,
ଆମ ବାପା ମା ସେଇ ଆମ୍ଵ ଗଛ ଭଳି, ଆମେ ଯେବେ ଛୋଟ ଥିଲେ ତାଙ୍କସହ ଖେଳିବାକୁ ଭଲ ଲାଗୁଥିଲା, ହେଲେ ଯେବେ ବଡ ହେଇଗଲେ ଦୁନିଆ ଦେଖିଲେ ତାଙ୍କ ଠାରୁ ଦୂର ହେଇଗଲେ, ତାଙ୍କୁ ଏକା କରିଦେଲେ, କେବଳ ଦରକାର ପଡ଼ିଲେ ତାଙ୍କ ପାଖକୁ ଆସିଲେ ।
ଆଜି ବ ବହୁତ ବାପା ମା ସେଇ ବଂଜର ଗଛ ଭଳି ନିଜ ପିଲାଙ୍କ ଆସିବା ବାଟ କୁ ଚାହିଁରହିଛନ୍ତି,
ଯା ନ୍ତୁ , ନିଜ ର busy life ରୁ ଟିକେ time ଦିଅନ୍ତୁ, ସେମାନଙ୍କ ସହ ମିଶନ୍ତୁ, ତାଙ୍କୁ କୋଳେଇ ନିଅନ୍ତୁ, ଦେଖିବେ ତାଙ୍କ ଆଖିରୁ ଆନନ୍ଦ ର ଦୁଇବୁନ୍ଦା ଅଶ୍ରୁ ଝରିପଡିବ, ବୃଦ୍ଧାବସ୍ଥା ରେ ତାଙ୍କ ସୁକିଲା ଓଠରେ ହସଟିଏ ଖେଳିଯିବ, ଏବଂ ତାଙ୍କ ହୃଦୟ ରୁ ସେଇ ଗୋଟେ ପୁରୁଣା କଥା ବହାରିଆସିବ


“ମୋ ଧନ ରେ ତୁ ଖୁସି ରେ ରହ”

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article