ଦ୍ରୋଣାଚାର୍ଜ୍ୟ ଦ୍ରୁପଦ ରାଜାଙ୍କ ନିକଟରୁ ଅପମାନ ପାଇ ଅପମାନର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବୁଲୁଥିବା ବେଳେ ଭୀଷ୍ମଙ୍କ ଅନୁରୋଧରେ କୌରବ ଓ ପାଣ୍ଡବମାନଙ୍କର ଅସ୍ତ୍ରଗୁରୁରୁପେ ନିଯୁକ୍ତ ହେଲେ। ଶିକ୍ଷାଦାନ ପୂର୍ବରୁ ଗୁରୁ ଦ୍ରୋଣ ଶିଷ୍ୟମାନଙ୍କୁ ଏକାନ୍ତରେ ନିଜର ଅଭିପ୍ରାୟ ବ୍ୟକ୍ତ କଲେ।
ଗୁରୁଦେବଙ୍କର ଅଭିପ୍ରାୟ ଶୁଣି ମଧ୍ୟ କୌରବ ଓ ଅନ୍ୟାନ୍ୟ ଶିଷ୍ୟମାନେ କିଛି ଉତ୍ତର ନ ଦେଇ ମୌନ ରହିଲେ।କିନ୍ତୁ ଏକମାତ୍ର ଅର୍ଜୁନ ପ୍ରତିଜ୍ଞା କଲେ,”ମୁଁ ଆପଣଙ୍କ ଅପମାନର ପ୍ରତିଶୋଧ ନେବି।
”ଶିଷ୍ୟର ପ୍ରତିଜ୍ଞା ଶୁଣି ଗୁରୁ ଅତିଶୟ ଆନନ୍ଦରେ ଅଶ୍ରୁଜଳ ବିସର୍ଜନ ପୂର୍ବକ ଶିଷ୍ୟକୁ ଆଲିଙ୍ଗନ କାଲେ ଓ ଅର୍ଜୁନଙ୍କ ପ୍ରତି ଅତିଶୟ ସ୍ନେହ ପରାୟଣ ହୋଇ ଦିବ୍ୟ ଅସ୍ତ୍ରମାନଙ୍କର ପ୍ରୟୋଗ କୌଶଳ ଶିକ୍ଷା ଦେଲେ।ଆଚାର୍ଯ୍ୟ ଦ୍ରୋଣ ଅର୍ଜୁନଙ୍କ ନିଷ୍ଠା,ଗୁରୁଭକ୍ତି ଓ ଅସ୍ତ୍ରଶିକ୍ଷ୍ୟା ଦେଖି କହିଲେ, ମୋର ଅନ୍ୟ କୌଣସି ଶିଷ୍ୟ ତୁମଭଳି ଉପଯୁକ୍ତ ହୋଇପାରିବେ ନହିଁ। ଅସ୍ତ୍ରଶିକ୍ଷାରେ ସୁନିପୁଣ ହୋଇ ଅର୍ଜୁନ ସମସ୍ତଙ୍କର ଅତି ପ୍ରିୟ ହେଲେ। କୌରବ ପାଣ୍ଡବମାନଙ୍କର ଅସ୍ତ୍ରଶିକ୍ଷା ଆରମ୍ଭ ହେବାପରେ ବହୁ ରାଜପୁତ୍ର ଦ୍ରୋଣଚାର୍ଜ୍ୟଙ୍କ ନିକଟକୁ ଅସ୍ତ୍ରଶିକ୍ଷା କରିବାକୁ ଆସିଲେ। ନିଷାଦ ରାଜ୍ୟର ହିରଣ୍ୟଧନୁଙ୍କର ପୁତ୍ର ଏକଲବ୍ୟ ମଧ୍ୟ ଅସ୍ତ୍ରଶିକ୍ଷା କରିବା ମାନସରେ ଗୁରୁ ଦ୍ରୋଣାଚାର୍ଜ୍ୟଙ୍କ ସମୀପରେ ଉପନୀତ ହୋଇ ଆଚାର୍ଯ୍ୟଙ୍କୁ ଗୁରୁପଦରେ ବରଣ କଲେ।
ଦ୍ରୋଣାଚାର୍ଯ୍ୟ ତାଙ୍କୁ ପ୍ରଥମେ ଶିଷ୍ୟ ବୋଲି ଅଙ୍ଗୀକାର କାଲେ କିନ୍ତୁ ପରେ ଏକଲବ୍ୟଙ୍କଠାରୁ ତାଙ୍କର ପିତୃ ପରିଚୟ ଅବଗତ ହୋଇ ରାଜପୁତ୍ର ବ୍ୟତୀତ ଅନ୍ୟକାହାରୀକୁ ସେ ଶିଷ୍ୟ ଭାବରେ ଗ୍ରହଣ କରି ଶିକ୍ଷା ଦେଇପାରିବେ ନାହିଁ ବୋଲି କହି ଲେଉଟାଇଦେଲେ। ନିଷାଦପୁତ୍ର ଏକଲବ୍ୟ ଏଥିରେ ବିଚଳିତ ନ ହୋଇ ଗୁରୁଦେବଙ୍କଠାରେ ପୂର୍ବପରି ଶ୍ରଦ୍ଧା ଭକ୍ତି ରଖି ଗୃହକୁ ଫେରିଗଲେ। ଗୃହ ସମୀପରେ ଗଭୀର ଅରଣ୍ୟ ମଧ୍ୟରେ ଗୋଟିଏ ବେଦିକା ନିର୍ମାଣ କାଲେ।ସେହି ବେଦି ଉପରେ ଗୁରୁଙ୍କର ମୃନ୍ମୟ ମୂର୍ତି ସ୍ଥାପନ ପୂର୍ବକ ଏବଂ ଯଥାବିଧି ଅର୍ଚ୍ଚନା ପୂର୍ବକ ଅସ୍ତ୍ରକୌଶଳ ଶିକ୍ଷା କରିବାକୁ ଲାଗିଲେ।ଏହିଭାବରେ କିଛିଦିନ ଅତିବାହିତ ହୋଇଗଲା। ଦିନେ ଦ୍ରୋଣାଚାର୍ଯ୍ୟ କୁରୁ ଓ ପାଣ୍ଡବ ବାଳକମାନଙ୍କୁ ସାଙ୍ଗରେ ଧରି ଯୁଦ୍ଧ ଶିକ୍ଷାବିଷୟକ ପ୍ରାଥମିକ ଉଦ୍ଦୀପନାମୂଳକ ବନ୍ୟଜନ୍ତୁ ଶିକାର ନିମିତ ବହିର୍ଗତ ହେଲେ। ମୃଗୟା ଉଦ୍ଦେଶ୍ୟରେ ବନରେ ପ୍ରବେଶ କରି ଶିକ୍ଷାର୍ଥୀ ମାନେ ଅସଂଖ୍ୟ ବନ୍ୟଜନ୍ତୁ ଶିକାର କାଲେ। ସହସା ଅର୍ଜୁନ ଦେଖିଲେ ଗୋଟିଏ କୁକୁରର ମୁଖ ବ୍ୟାଦ୍ୟାନ ଶକ୍ତିରହିତ ହୋଇଯାଇଛି, ଅଥଚ ତାହାର ମୁଖରେ କୌଣସି କ୍ଷତଚିହ୍ନ ପରିଲକ୍ଷିତ ହେଉନାହିଁ।ଏହି ଅପୂର୍ବ ଅସ୍ତ୍ରପ୍ରୟୋଗ କୌଶଳ ଦର୍ଶନ କରି ଅସ୍ତ୍ରଶିକ୍ଷାନିରତ ବାଳକଗଣ ଅପଲକ ଦୃଷ୍ଟିରେ କୁକୁରକୁ ନିରୀକ୍ଷଣ କରିବାକୁ ଲାଗିଲେ।
ଗୁରୁ ଦ୍ରୋଣାଚାର୍ଯ୍ୟ ସେଠାରେ ଉପସ୍ଥିତ ହେଲକ୍ଷଣୀ ଅର୍ଜୁନ ଆଚାର୍ଯ୍ୟଙ୍କ ପଦଯୁଗଳ ପ୍ରତି ଦ୍ରୁଷ୍ଟି ରଖି ନତମସ୍ତକରେ କହିଲେ,ଦେବା!ଏହି ଅପୂର୍ବ ଅସ୍ତ୍ରପ୍ରୟୋଗ କୌଶଳ ମୋତେ ଆପଣ ଶିକ୍ଷା ଦେଇ ନାହାନ୍ତି।ଏହାପରେ ଆଚାର୍ଯ୍ୟଙ୍କୁ ସାଙ୍ଗରେ ଧରି ଶିଷ୍ୟମାନେ ଅସ୍ତ୍ରପ୍ରୟୋଗକାରୀଙ୍କ ଅନୁସନ୍ଧାନରେ ବହିର୍ଗତ ହେଲେ।କିଛିଦୂର ଯିବାପରେ ଦେଖିଲେ ଯେ ଗୋଟିଏ ଯୁବକ ବେଦକା ବେଦକା ଉପରେ ଆଚାର୍ଯ୍ୟ ଦ୍ରୋଣଙ୍କର ମୃନ୍ମୟ ମୁର୍ତ୍ତି ସ୍ଥାପନ କରି ପୁଷ୍ପଚନ୍ଦନ ଚର୍ଚିତ କରିଅଛି।ସେ ମୁର୍ତ୍ତି ସମୁଖରେ ନିଜେ ଦଣ୍ଡାୟମାନ ହୋଇ ପ୍ରଶ୍ନକଲେ ,”ହେ ଅସ୍ତ୍ରବିଦ୍ୟାସାଧନରତ ଯୁବକ !ତୁମର ଆତ୍ମ ପରିଚୟ ପ୍ରଦାନ କର ।”ଆଚାର୍ଯ୍ୟ ଦ୍ରୋଣଙ୍କ ବାକ୍ୟରେ ଏକଲବ୍ୟଙ୍କର ଧ୍ୟାନଭଙ୍ଗ ହେଲା।ସେ ଦେଖିଲେ ଯେ ତାଙ୍କର ଅଭୀଷ୍ଟ ଦେବତା ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ।
ଏକଲବ୍ୟ ଆଚାର୍ଯ୍ୟ ଦ୍ରୋଣଙ୍କୁ ସମୁଖରେ ଦେଖି ଗୁରୁଙ୍କ ପଦରେ ମସ୍ତକରେ ଅବନତ କାଲେ।ଅଶ୍ରୁଜଳରେ ଗୁରୁଦେବଙ୍କର ଚରଣଜୁଗଳ ଅଭିଷିକ୍ତ ହେବାକୁ ଲାଗିଲା। ଯଥାବିଧି ଅର୍ଚ୍ଚନା କରି ସେ ଗୁରୁଦେବଙ୍କୁ ସନ୍ତୁଷ୍ଟ କାଲେ ।ଏକଲବ୍ୟଙ୍କ ହୃଦୟ କୃତଜ୍ଞତାରେ ପୂର୍ଣ୍ଣ ହୋଇଗଲା ।ବାକସ୍ପୁର୍ତ୍ତି ରହିଲା ନାହିଁ। କିଛିକ୍ଷଣପରେ ହୃଦୟର ଆବେଗ ସମ୍ବରଣ କରି ଧୀରବିନମ୍ର ପୁଲକିତ ବଚନରେ ଆତ୍ମପରିଚୟ ପାଇ ନିଷାଦ ପୁତ୍ର ବୋଲି ମୋତେ ଅସ୍ତ୍ରଶିକ୍ଷା ଦେବାକୁ ପ୍ରତ୍ୟାଖ୍ୟାନ କାଲେ।ମୁଁ ଆପଙ୍କର ସେହି ପରିତ୍ୟକ୍ତ ସନ୍ତାନ ଏକଲବ୍ୟ।ଆପଣଙ୍କର ବିଗ୍ରହ ସ୍ଥାପନପୂର୍ବକ ଆପଣଙ୍କ ସମୁଖରୁ ଅସ୍ତ୍ରବିଦ୍ୟା ଶିକ୍ଷା କରୁଅଛି ଏବଂ ଆପଣଙ୍କ କୃପାରୁ କୃତକାର୍ଯ୍ୟ ପଥରେ ଅଗ୍ରସର ହୋଇଅଛି।
Related Posts