ସ୍କଲରୁ ଫେରିବା କ୍ଷଣି ସୁମି ସିଧା ମାଆ ପାଖରେ ପହଞ୍ଚି ମୁହଁ ତଳକୁ ହାଣି ଠିଆହେଲା ।
କଣ ହେଇଛି ତୋର ?
ସୁମିର ଶୁଖିଲା ମୁହଁକୁ ଦେଖି ମାଆ କମଳା ଅତି ସ୍ନେହରେ ପଚାରିଲେ ।
ମାଆ ଏତିକି ପଚାରିବା ମାତ୍ରେ,,,,,ସୁମି ଧାର ଧାର ଲୁହ ଗଡାଇ କହିଲା ମାଆ “ମୁଁ ଆଉ ସ୍କୁଲ୍ ଯିବି ନାହିଁ ।”
କାହିଁକି ଯିବୁନି,,,,,,କଣ ହୋଇଛି କହ ତ ? କୌଣସି ଏକ ଅଜଣା ଆଶଙ୍କାରେ କମଳାର ମନ ବ୍ୟତିବେସ୍ତ ହେଉଥାଏ । ସୁମି, ମୁଁ ପରା ତୋର ମାଆ, କିଛି ନଲୁଚାଇ କଣ ହୋଇଛି କହ । ମୁଁ ସବୁବେଳେ ତୋ ସାଥିରେ ଅଛି ।
ମାଆ ନିକଟରୁ ଆଶ୍ବସନା ପାଇ ସୁମିର ମନରେ ଟିକିଏ ଶାନ୍ତି ଆସିଲା ଓ ସେ ଯାହା କହିଲା କମଳାର ହୃଦୟ ଦ୍ରବିତ ହୋଇଗଲା । ସେ ସୁମିକୁ ନିଜ କୋଳକୁ ଟାଣି ଆଣି କହିଲା ” କିଛି ବ୍ୟସ୍ତ ହୁଅନାହିଁ, ତୋ ବାପା ସହ ମୁଁ କଥା ହେଉଛି ।”
ସଂଧ୍ୟାରେ ଯେତେବେଳେ କମଳା ନିଜ ସ୍ବାମି ପାଖରେ ଝିଅର ଅସୁବିଧା ଜଣାଇଲେ, ସେ ବହୁତ ବିରକ୍ତ ହୋଇ କହିଲେ ହାଇସ୍କୁଲ୍ ପର୍ଯ୍ୟନ୍ତ ପଢିଲାଣି । ଆଉ ପଢି କଣ କରିବ ? ଏବେ ଠାରୁ ସ୍କୁଲ୍ ନଯିବା ଭଲ ହେବ, ଯଦି କିଛି ଏପଟ ସେପଟ ହୋଇଯାଏ ଆମେ କେଉଁଠି ବି ମୁହଁ ଦେଖାଇ ପାରିବା ନାହିଁ କି ସୁମିର ବାହାଘର ମୁସ୍କିଲ ହୋଇଯିବ । ଏକଥାକୁ ଏତିକିରେ ଚାପିରଖ, କାହାକୁ ବି କହିଲେ ଆମ ନିଜର ବଦନାମ ହେବ ।
କମଳା ଚୁପ୍ ରହିବା ଲୋକ ନୁହଁ । ସୁମିର କିଛି ଭୁଲ୍ ନଥାଇ ତାର ପଢା ବନ୍ଦ କରିବା ତାକୁ ଠିକ୍ ଲାଗିଲାନି । ମନରେ କିଛି ଗୋଟେ ନିଷ୍ପତ୍ତି ନେଇ କମଳା ଘରୁ ବାହାରିଗଲା ଓ ଯେତେବେଳେ ଫେରିଲା ମନରେ ଦୃଢତାର ହସ ହସ ମୁହଁ ।
ପରଦିନ କମଳା ସୁମିକୁ ବୁଝାଇ ସୁଝାଇ ବିଶ୍ବାସର ସହିତ ସ୍କୁଲ୍ ପଠାଇ ନିଜେ ଘରକାମରେ ବ୍ୟସ୍ତ ହୋଇଗଲା ।
କମଳାର ଶାଶୁ ବାରମ୍ବାର ସମୟ କେତେ ହେଲା ବୁଝୁଥାନ୍ତି, ଯେପରି ଏକ ନିର୍ଦ୍ଧିଷ୍ଟ ସମୟରେ ତାଙ୍କୁ କେଉଁଠିକୁ ଯିବାର ଅଛି ।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗାଁ’ର ସମସ୍ତ ସ୍ତ୍ରୀଲୋକ ସ୍କୁଲରୁ ଫେରିବା ରାସ୍ତାରେ ଏକାଠି ହୋଇ କ୍ଷେତଜମିରେ ଲୁଚିଗଲେ ।
କିଛି ସମୟ ଅନ୍ତରାଳେ ଚାରିଟା ବାଇକ୍ ଆସି ସ୍କୁଲ୍ ରାସ୍ତାରେ ଅଟକିଲା । ଗୁଣ୍ଡା ପ୍ରକୃତିର ଦେଖା ଯାଉଥିବା ସାତଜଣ ଯୁବକ ବାଇକରୁ ଓହ୍ଲାଇ ସ୍କୁଲ୍ ଛୁଟି ହେବାକୁ ଅପେକ୍ଷା କଲେ ।
ଚାରିଟା ବାଜିଲା ଓ ସ୍କୁଲ୍ ଛୁଟି ହୋଇଗଲା ,,,,,,
Related Posts