ଟିକେ ମନ ଦେଇ ପଢିବ
ଥରେ, ଜଣେ ସ୍ତ୍ରୀ ଲୋକ ତା’ର ଘର ଆଗରେ ୩ ଜଣ ସାଧୁବାବାଙ୍କୁ ଦେଖିଲେ ।ସେ ସେମାନଙ୍କୁ ଜାଣି ନ ଥିଲେ ।
ସ୍ତ୍ରୀ ଲୋକଟି ଯାଇ ସେମାନଙ୍କୁ କହିଲେ:- ଦୟାକରୀ ଭିତରକୁ ଆସନ୍ତୁ ଓ କିଛି ଭୋଜନ ଗ୍ରହଣ କରନ୍ତୁ ।
ସାଧୁ କହିଲେ:- ତୁମର ସ୍ବାମି ଘରେ ଅଛନ୍ତି କି ?
ସ୍ତ୍ରୀ :-ନାଁ , ସେ ଏବେ ବାହାରକୁ ଯାଇଛନ୍ତି ।
ସାଧୁ :- ଆମ୍ଭେମାନେ ସେତେବେଳେ ଘର ଭିତରକୁ ଯିବୁ ଯେତେବେଳେ ତୁମ ସ୍ବାମି ଘରେ ଥିବେ ।
ସଂନ୍ଧ୍ୟାରେ ସ୍ବାମି ଜଣକ ଘରକୁ ଫେରିବା ପରେ ସ୍ତ୍ରୀ ଜଣକ ଏ ସବୁ ବିଷୟରେ କହିଲେ ।
ସ୍ବାମୀ:-ଯାଅ ଓ ସେମାନଙ୍କୁ କୁହ ଯେ ମୁଁ ଆସିଗଲିଣି । ତାଙ୍କୁ ଆଦର ସହକାରେ ଭିତରକୁ ପାଛୋଟି ଆଣ ।
ସ୍ତ୍ରୀ ଜଣକ ବାହାରକୁ ଗଲେ ଓ ସେମାନଙ୍କୁ ଘର ଭିତରକୁ ଆସିବାକୁ କହିଲେ
ସାଧୁ :- ଆମେ ସମସ୍ତେ ଏକା ସାଙ୍ଗରେ ଘର ଭିତରକୁ ଯାଇ ପାରିବୁ ନାହିଁ ।
ସ୍ତ୍ରୀ:- କାହିଁକି ?
ପ୍ରଥମ ସାଧୁ:- ମୋ ନାମ “ଧନ” ଅଟେ ।
ଦ୍ବିତୀୟ ସାଧୁ:-ମୋ ନାମ “ସଫଳତା” ।
ତୃତୀୟ ସାଧୁ:- ମୋ ନାମ “ପ୍ରେମ” ଅଟେ ।
ଆମ ଭିତରୁ କେବଳ ଜଣେ ଘର ଭିତରକୁ ଯାଇପାରିବ । ଆପଣ ଆପଣଙ୍କ ଘରର ସମସ୍ତ ସଦସ୍ୟ ମାନଙ୍କୁ ପଚାରି ନିଷ୍ପତି ନିଅନ୍ତୁ ।
Related Posts