ସେଦିନ ବହୁତ ରାଗିଥିଲି । ସବୁ ସାଂଗ ନୁଆ ଗାଡି କିଣୁଛନ୍ତି, ମୁ ସେଇ ଭଂଗା ସାଇକେଲଟା ଧରିଛି ।ବାପାଙ୍କୁ ବହୁତ ଗାଳିଦେଲି ମନେ ମନେ । ଭାବିଲି ଖରା ଛୁଟିରେ ଘରକୁ ଆସି ଭୁଲ ହେଇଗଲା ।
ଦରକାର ନାହି ଏମିତିଆ ଘରେ ରହିବା ।ବ୍ୟାଗ ପ୍ୟାକ କଲି । ତରତର ହେଇକି ମା ଦୌଡି ଗଲା କଣ ଦିଟା ରୋଷେଇ କରିବ, ମୁଁ ଖାଇକି ଯିବି ବୋଲି ।ତାତ୍ସଲ୍ୟ କରି କହିଲି ବିଷ ଟିକେ ଦେଇଦେ ଖାଇଦିଏ । ଏମିତି ବେକାର ଜୀବନ ରଖି ଲାଭ କିଛି ନାହି ଯୋଉଠି ଇଛା ପୂରଣ ହୁଏନାହି ।
ମା କହିଲା ଧନରେ,ଚୁଡାଟିକେ ଗୋଳେଇ ଦଉଛି ଖାଇଦେ ।ଆଉ କିଛି ତରତରରେ ବନେଇ ହବନି । ରାଗିକି କହିଲି ଯାହା ଅଛି ଦେଇଦେ।ମୁଁ ଏଠୁ ପଳେଇବି ।ମୁଁ ଦେଖୁଥାଏ ଥାକ ଉପରେ ସେଇ ଡବା ଟିରୁ ଚିନି ଆଣି ମା ସବୁତକ ଢାଳି ଦେଲା ଆଉ କଦଳିଟିଏ ପକେଇ ଚୁଡା ଚକଟିକି ଦେଇଦେଲା।
ରାଗ ତମତମରେ ଖାଇଦେଲି ଆଉ ସେଠୁ ଚାଲି ଆସିଲି ବସ୍ ଷ୍ଟାଣ୍ଡ । ଆଉ ଆସିବିନି ଏଠିକି ।ସାମାନ୍ୟ ଗାଡି ଗୋଟେ ମାଗିଲି ମିଳିଲାନି ?
ଏମିତିଆ ଘରେ ରହିବାର ନାହି କହିକି ଚଢିଗଲି ବସ୍ ଉପରକୁ। ଭଗବାନ ଯେମିତି ମତେ ବହୁତ କିଛି କହିବା ପାଇ ଚାହୁଁଥିଲେ । ମନେପଡିଗଲା ହଷ୍ଟେଲ ଚାବିଆଣିନି ।ଓହ୍ଲେଇ ପଡିଲି ଆଉ ଘରକୁ ଫେରିଲି ଚାବି ନେଇ ପୁଣି ଆସିବି ବୋଲି ।ପାହାଚ ପାଖରେ ପହଞ୍ଚୁପହଞ୍ଚୁ ସେଇ କେତେକ ପଦ କାନ ରେ ବାଜିଗଲା ।ମହମ ପରି ତରଳିଗଲି ।ଆଗରୁ କେବେ ବାପାଙ୍କୁ କାନ୍ଦିବାର ଦେଖିନଥିଲି । ଛୁଆଙ୍କ ପରି କାନ୍ଦୁଥିଲେ ।ପାଖରେ ମା ବସିକି କହୁଥିଲା ଛୁଆଟା ଘରୁ ବାହାରିଛି ଏବେ ,ଏମିତି କାନ୍ଦିଲେ ତାର ଖରା ହବ, କୋହଭରା କଣ୍ଠ ରେ ବାପା କହିଲେ ଧିକ୍ ମୋ ଜୀବନ ।ମୋ ଛୁଆଟାକୁ ଖୁସି ଟିକେ ଦେଇ ପାରୁନି ।
Related Posts